ସାମାନ୍ୟ ଭୁଲ୍ ପାଇଁ ଆପଣଙ୍କୁ ମିଳିପାରେ ବଡ ଦଣ୍ଡ ! ପକେଟରୁ ଯାଇପାରେ ହଜାର ହଜାର ଟଙ୍କା, ଖାଇବାକୁ ପଡିପାରେ ଜେଲର ହାୱା

255

ସାବଧାନୀ ହଟିଲା ତ ଦୁର୍ଘଟଣା ଘଟିଲା । ସଡକ ସୁରକ୍ଷା ଜୀବନ ରକ୍ଷା । ହେଲମେଟ ବିନ୍ଧି ଗାଡି ଚଳାନ୍ତୁ, ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ । ଗାଡ ଚଳାଇବା ସମୟରେ ମଦ୍ୟପାନ କରନ୍ତୁ ନାହିଁ । ଏଭଳି କିଛି ସଚେତନାମୂଳକ ବାର୍ତ୍ତା ଆପଣ ନିଶ୍ଚୟ ରାସ୍ତା କଡରେ ଲାଗିଥିବା ବଡ ବଡ ହୋଡିଂରେ ଦେଖିବାକୁ ପାଇଥିବେ । ଯଦି ଆପଣ ଏହାକୁ ଅନୁସରଣ କରିବେ ତେବେ ଆପଣଙ୍କ ଜୀବନ ସୁରକ୍ଷିତ ରହିପାରିବ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଟ୍ରାଫିକ୍ ନିୟମ ସଂପର୍କରେ ଜଣାଇବୁ ଯାହା ଆପଣ ଜାଣିବା ନିହାତି ଆବଶ୍ୟକ ।

କେଉଁ ସ୍ଥାନରେ ଗାଡି ଛିଡା କରିବା ନକରିବା

ଆପଣ ଜାଣିଛନ୍ତି କି, କେବଳ ନୋ ପାର୍କିଂ ଷ୍ଟାଣ୍ଡ ବ୍ୟତୀତ ବି ଅନେକ ଜାଗାରେ ଗାଡି ଛିଡା କଲେ ଅସୁବିଧାରେ ପଡିପାରନ୍ତି । ଯଦି ଆପଣ ଆପଣଙ୍କର ଗାଡି କୌଣସି ସ୍କୁଲ, ମେଡିକାଲ କିମ୍ବା କୌଣସି ସରକାରୀ ଅଫିସ ଗେଟ୍ ସାମନାରେ ରଖନ୍ତି ତେବେ ଏଥିପାଇଁ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଭରିବାକୁ ପଡିପାରେ । ଏହାଛଡା ବସ ଷ୍ଟପ , ଟ୍ରାଫିକ ସିଗନାଲ, ଜେବ୍ରା କ୍ରସିଂ କିମ୍ବା ମେନ ରୋଡରେ ଗାଡି ଛିଡା କରନ୍ତି ତେବେ ଆପଣଙ୍କଠାରୁ ଚାଲାଣ ମଧ୍ୟ କଟାଯାଇପାରେ ।

ରାତି ସମୟରେ ବି ଫଲୋ କରନ୍ତୁ ଟ୍ରାଫିକ ଲାଇଟ୍

ଅଧିକାଂଶ ଲୋକେ ଭାବନ୍ତି କି, ରାତି ୧୦ଟା ପରେ ଟ୍ରାଫିକ୍ ଲାଇଟକୁ ଅନୁସରଣ କରିବା ଏତେ ଜରୁରୀ ନୁହେଁ । ହେଲେ ଆପଣଙ୍କ ଏଭଳି ଭାବନା ସଂପୂର୍ଣ୍ଣ ରୂପେ ଭୁଲ ଅଟେ ।

ୱାନ ୱେରେ ରିଭର୍ସ କରିବା ବିପଦଜ୍ଜନକ

ଅଧିକାଂଶ ଲୋକଙ୍କର ଭୁଲ ଧାରଣା ରହିଛି କି, ୱାନୱେରେ ଗାଡି ରିଭଭର୍ସ କରିବା ଆଦୌ ଭୁଲ ନୁହେଁ । ଯେଉଁ କାରଣରୁ ସଡକ ଦୁର୍ଘଟଣା ବହୁଳ ମାତ୍ରାରେ ହୋଇଥାଏ । ହାଇୱେରେ ଆଡକୁ ୱାନୱେ ରୋଡରେ ବି ଗାଡି ରିଭର୍ସ କରିବା ଆଦୌ ଠିକ୍ ନୁହେଁ ଏବଂ ଅଧିକାଂଶ ସମୟରେ ଏହା ବହୁତ ଖତରନାକ ପ୍ରମାଣିତ ହୋଇପାରେ ।

ମଦ୍ୟପାନ କରି ଗାଡି ଚଳାଇବା

ଅଧିକାଂଶ ଲୋକଙ୍କର ଭାବନା ରହିଛି କି, ମଦ ପିଇବା ପରେ କିଛି ଖାଇ ଦେଲେ ତାହା ଜଣାପଡିନଥାଏ । ହେଲେ ଯଦି ଆପଣ ଏଭଳି ଚିନ୍ତା କରୁଛନ୍ତି ତେବେ ଏହା ପୂରା ପୁରି ଭୁଲ । କାରଣ ମଦ ପିଇ ସାରି କିଛି ଖାଇବା ପରେ କେବଳ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ଆଲକୋହଲ ଆପଣଙ୍କ ଶରୀରରରୁ ହ୍ରାସ ପାଇଥାଏ । ଯେବେକି ଶରୀର ଭିତରେ ଆଲକୋହଲର ମାତ୍ରା ୦.୦୩ ପ୍ରତିଶତରୁ ଅଧିକ ରହିବା ଉଚିତ ନୁହେଁ । ଯଦି ଆପଣ ମଦ ପିଇ ଗାଡି ଚଲାଉଛନ୍ତି ତେବେ ଚାଲାଣ କଟାଯିବ ସହିତ ଆପଣ ଜେଲ ଯିବା ସୁନିଶ୍ଚିତ ।

ମୋବାଇଲ ଏବଂ ବ୍ଲୁଟୁଥର ବ୍ୟବହାର

ଗାଡି ଚଲାଇବା ସମୟରେ ମୋବାଇଲ ଫୋନ କିମ୍ବା ବ୍ଲୁଟୁଥ କିମ୍ବା ହେଡଫୋନର ବ୍ୟବହାର କରିବା ବିପଦଜ୍ଜନକ ହୋଇପାରେ । ଏଭଳି କରିବା ଦ୍ୱାରା ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ ।

ସ୍ପିଡ ଲିମିଟ୍

ଅନେକ ସ୍ଥାନରେ ଗାଡିର ସ୍ପିଡ ଧାର୍ଯ୍ୟ କରାଯାଇଥାଏ । ଏଭଳି ପରିସ୍ଥିତିରେ ଯଦି ଏଭଳି ସଡକ, ହାଇୱେ କିମ୍ବା ବ୍ରିଜରେ ଆପଣ ନିର୍ଧାରିତ ସ୍ପିଡଠାରୁ ଅଧିକ ବେଗରେ ଗାଡି ଚଲାନ୍ତି ତେବେ ଆପଣଙ୍କୁ ଜରିମାନା ଭରିବାକୁ ପଡିବ ।

ସିଟ ବେଲ୍ଟ

ବାଇକ୍ ପାଇଁ ଯେଭଳି ହେଲମେଟ ପିନ୍ଧିବା ଜରୁରୀ ଅଟେ, ସେହିପରି ଚାରି ଚକିଆ ଗାଡି ଚଲାଇବା ପାଇଁ ସିଟ ବେଲ୍ଟ ଦେବା ନିହାତି ଜରୁରୀ । ଯଦି ଆପଣ ସିଟ ବେଲ୍ଟ ବ୍ୟବହାର ନକରିବେ ତେବେ ଆପଣଙ୍କୁ ଜରିମାନା ଭରିବାକୁ ପଡିପାରେ ।