୩୦ ଫୁଟ୍ ତଳକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଗଲା ଡାକ୍ତରଙ୍କ ଜୀବନ ।

Advertisment
୩୦ ଫୁଟ୍ ତଳକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଗଲା ଡାକ୍ତରଙ୍କ ଜୀବନ ।

କନକ ବ୍ୟୁରୋ : କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଦଣ୍ଡିକିରି-ବଳଦିଆ ଓଭର ବ୍ରିଜରେ ସୋମବାର ଅପରାହ୍ନରେ ଏକ ହୁଣ୍ଡାଇ କାର ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ ଚଳାଉଥିବା ଡାକ୍ତର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଭୁବନେଶ୍ଵରର ଏକ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ଓମ୍‌ ପ୍ରକାଶ ସାହୁ ଏକ ଯୋଗେ ନିଜ ଘର କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଏହି ବ୍ରିଜ ଉପରେ ସୃଷ୍ଟି ହୋଇଥିବା ଏକ ଖାଲରେ ତାଙ୍କ ଗାଡ଼ି ଚକ ପଡ଼ି ଯିବାରୁ ଆଗ ଡାହାଣ ଚକ ଫାଟି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ କାରଟି ପୋଲର ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ କାରଟି ଭାଙ୍ଗିରୁଜି ଯାଇଛି। ଖବର ପାଇ କୋରେଇ ଥାନାଧିକାରୀ ରଞ୍ଜିତ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe