ମଦ ପିଇ ୮ଜଣଙ୍କୁ କାର ଧକ୍କା କଲା ଯୁବକ । ଫେରାର ହେବା ବେଳେ କାନ୍ଥରେ ପିଟିହୋଇ ଜଳିଗଲା କାର, ଆଉ ତାପରେ...

Advertisment
ମଦ ପିଇ ୮ଜଣଙ୍କୁ କାର ଧକ୍କା କଲା ଯୁବକ । ଫେରାର ହେବା ବେଳେ କାନ୍ଥରେ ପିଟିହୋଇ ଜଳିଗଲା କାର,  ଆଉ ତାପରେ...

ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଶ୍ରୀଲିଙ୍ଗରାଜ ମନ୍ଦିର-କପିଳେଶ୍ବର ରାସ୍ତାରେ ଏକ କାର୍‌ରେ ଥିବା ଦୁଇ ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ବେପରୁଆ ଭାବେ କାର୍‌ ଚଳାଇ ସେମାନେ ୮ରୁ ଅଧିକ ଲୋକଙ୍କୁ ଆହତ କରିଛନ୍ତି। ତେଣୁ ଉତ୍ତ୍ୟକ୍ତ ଲୋକେ ଦୁଇ ଯୁବକଙ୍କୁ ବହେ ଛେଚିବା‌ ପରେ ପୁଲିସ ଜିମା ଦେଇଛନ୍ତି। କିନ୍ତୁ ଏହା ପୂର୍ବରୁ ଚାଳକ କାର୍‌କୁ ଏକ ଘର କାନ୍ଥରେ ପିଟି ଦେବାରୁ ସେଥିରେ ନିଆଁ ଲାଗି ଯାଇଥିଲା। ପୁଲିସ ପୋଡ଼ା କାର୍‌କୁ ଜବତ କରିବା ସହ ଦୁଇ ଯୁବକଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁଇଜଣ ଯୁବକ ଏକ କାର୍‌ ଯୋଗେ ଶ୍ରୀଲିଙ୍ଗରାଜ ମନ୍ଦିରରୁ କପିଳେଶ୍ବର ଆଡ଼କୁ ଯାଉଥିଲେ। ମଦ ନିଶାରେ ଚୁର୍‌ ଚାଳକ ପ୍ରଥମେ ଦୁଇଜଣ ପର୍ଯ୍ୟଟକଙ୍କୁ ଧକ୍କା ଦେଇଥିଲା। ପରେ ଖରାଖିଆ ନିକଟରେ ମନୋଜ ନାମକ ଯୁବକଙ୍କୁ ଧକ୍କା ଦେଇଥିଲେ। ଏହାପରେ କପିଳେଶ୍ବର ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିବା ସ୍ବାମୀ, ସ୍ତ୍ରୀ ଓ ଏକ ଛୋଟ ପିଲାକୁ ଧକ୍କା ଦେଇଥିଲା। ବାଟଯାକ ଦୁର୍ଘଟଣା ଘଟାଇ ଫେରାର୍ ହେବାକୁ ବସିଥିବା କାର୍‌ ଚାଳକକୁ ଲୋକେ ଗୋଡ଼ାଇବାରୁ ସେମାନେ କପିଳେଶ୍ବର ଗାଁ ଭିତରକୁ ପଶି ଯାଇଥିଲେ। ହଠାତ୍‌ ଚାଳକ ଭାରସାମ୍ୟ ହରାଇ କାର୍‌କୁ ନେଇ ଏକ କାନ୍ଥରେ ପିଟି ଦେଇଥିଲା। ଫଳରେ କାର୍‌ରେ ନିଆଁ ଲାଗି ଯାଇଥିଲା। ତେବେ କାର୍‌ ଜଳିବା ଦେଖି ଯୁବକଦ୍ବୟ ବାହାରି ଯାଇଥିଲେ। ପ‌ଛେ ପଛେ ଗୋଡ଼ାଇଥିବା ନିଶାସକ୍ତ ଯୁବକଦ୍ବୟଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ। ଖବର ପାଇ ଶ୍ରୀଲିଙ୍ଗରାଜ ଥାନା ପୁଲିସ ସେଠାରେ ପହଞ୍ଚିଥିଲା ଓ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଦ୍ବୟଙ୍କୁ ଉଦ୍ଧାର କରିଥିଲା। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ସେତେବେଳକୁ କାର୍‌ଟି ପ୍ରାୟ ପୋଡ଼ି ଯାଇଥିଲା। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe