କନକ ବ୍ୟୁରୋ : ଭଦ୍ରକ ଜିଲ୍ଲାର ଆରଡ଼ି ବସଷ୍ଟାଣ୍ଡରେ ଏକ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଏଠାରେ ବସକୁ ପିଟିଥିଲା କାର୍ । ଏହାଫଳରେ ଘଟଣା ସ୍ଥଳରେ କାର୍ ଚାଳକଜଣକ ଗୁରୁତର ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ଆରଡ଼ିପୀଠ ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଥିବା ବସଷ୍ଟାଣ୍ଡରେ ୨ରୁ ଅଧିକ ବସ ପାର୍କିଂ କରି ରହିଥିଲା।

Advertisment

ଭଦ୍ରକରୁ ଆଖଣ୍ଡଳମଣି ଅଭିମୁଖେ ଆସୁଥିବା ଏକ କାର୍ (ଓଡି୩୩-ଏବି ୧୭୪୯) ଭାରସାମ୍ୟ ହରାଇ ୨ଟି ବସକୁ ପିଟିଥିଲା। ଏହାଫଳରେ ଘଟଣାସ୍ଥଳରେ କାର୍ ଚାଳକ ଗୁରୁତର ହୋଇଥିଲେ। ଏହି ଘଟଣା ଗତକାଲି ରାତିରେ ଘଟିଥିଲା।

ଖବର ପାଇ ଘଟଣାସ୍ଥଳରେ ଆରଡ଼ି ଥାନା ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିଥିବା ବେଳେ ଗୁରୁତର ଚାଳକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ଲାଗି ପଠାଇଥିବାର ଖବର ମିଳିଛି। ଚାଳକଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ଏହି ଘଟଣା ଆରଡ଼ି ଓ ଚାନ୍ଦବାଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।