କନକ ବ୍ୟୁରୋ : ଶୀତ କମିଥିବା ବେଳେ ଅନେକ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ଘନ କୁହୁଡି ପଡ଼ୁଥିବା ହେତୁ ପାଣିପାଗ କେନ୍ଦ୍ର ବିଭିନ୍ନ ସମୟରେ ଯାତାୟାତ ପାଇଁ ଲୋକମାନଙ୍କୁ ସର୍ତକ କରାଉଛି। ଏହାପରେ ବି ଘନ କୁହୁଡି ହେତୁ ଦୁର୍ଘଟଣା ଘଟୁଥିବାର ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଛି।।
ଉତ୍ତର ପ୍ରଦେଶର କନ୍ନୋଜ ଜିଲ୍ଲା ତାଲଗ୍ରାମ୍ ଆଗ୍ରା ଏକ୍ସପ୍ରେସ୍ ଓ୍ୱେରେ ଶନିବାର ଘନ କୁହୁଡି ହେତୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ମୃତ ହୋଇଥିବା ସମସ୍ତ ଯାତ୍ରୀ ଲକ୍ଷ୍ମୀପୁରରୁ ମେହଦୀପୁର ବାଲାଜୀ ଦର୍ଶନ କରିବାକୁ ଯାଉଥିଲେ। ପ୍ରବଳ କୁହୁଡି ପଡ଼ିଥିବାରୁ ରାସ୍ତାରେ ଏକ ଟ୍ରକ ଛିଡ଼ା ହୋଇଥିବା ଜାଣି ପାରି ନଥିଲେ କାର ଚାଳକ। ଦ୍ରୁତଗତିରେ କାର ଥିବା ବେଳେ ଛିଡ଼ା ହୋଇଥିବା ଟ୍ରକ ସହିତ ଧକ୍କା ଖାଇ ଟ୍ରକ ଭିତରକୁ ପଶିଯାଇଥିଲା।
କାର ଭିତରେ ଥିବା ୬ଜଣ ଯାତ୍ରୀଙ୍କ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ଦୁଃଖର ବିଷୟ ଏହି ମୃତ ୬ଜଣ ଯାତ୍ରୀ ଗୋଟିଏ ପରିବାରର ବୋଲି କୁହାଯାଉଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କନ୍ନୋଜ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ସେ ପୀଡିତ ପରିବାରକୁ ଯଥାସମ୍ଭବ ସହୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/xkannaujaccident-1613185545.jpg.pagespeed.ic_.C34uoW5al2.jpg)