ପଞ୍ଜାବ କଂଗ୍ରେସରେ ଅସ୍ଥିରତା : କ୍ୟାପଟେନଙ୍କ ପତ୍ନୀ ପରନୀତଙ୍କୁ ମିଳିପାରେ ଅଧ୍ୟକ୍ଷ ପଦ

Advertisment
ପଞ୍ଜାବ କଂଗ୍ରେସରେ ଅସ୍ଥିରତା : କ୍ୟାପଟେନଙ୍କ ପତ୍ନୀ ପରନୀତଙ୍କୁ ମିଳିପାରେ ଅଧ୍ୟକ୍ଷ ପଦ

କନକ ନ୍ୟୁଜ୍: ପଞ୍ଜାବରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଛକାପଂଝା ଲାଗିରହିଛି ।ଅଧ୍ୟକ୍ଷ ପଦରୁ ନବଜ୍ୟୋତ୍ ସିଦ୍ଧୁ ଇସ୍ତଫା ଦେବା ପରେ ଏହି ପଦ ଏବେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପତ୍ନୀ ପରନୀତ କୌରଙ୍କୁ ମିଳିପାରେ ବୋଲି ଆଲୋଚନା ହେଉଛି । ପରନୀତ ପଂଜାବ ପଟିଆଲାରୁ ଲୋକସଭା ସାଂସଦ ଅଛନ୍ତି । ସୂଚନା ମୁତାବକ, ସିଦ୍ଧୁଙ୍କ ଇସ୍ତଫା ପରେ ତାଙ୍କୁ ଆଉ ବୁଝାଇବା ମୁଡରେ ନାହାଁନ୍ତି ହାଇକମାଣ୍ଡ ବରଂ ପରନୀତଙ୍କୁ ଅଧ୍ୟକ୍ଷ ପଦ ଦେଇ ରାଜ୍ୟ କଂଗ୍ରେସରେ ସ୍ଥିରତା ଆଣିବାକୁ ଚେଷ୍ଟା କରୁଥିବା ଶୁଣିବାକୁ ମିଳୁଛି ।

ସିଦ୍ଧୁ ଅଧ୍ୟକ୍ଷ ପଦ ଛାଡିବା ପରେ ତାଙ୍କୁ ଅନେକ ଥର ମନାଇବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି । ହେଲେ ନିଜ ଜିଦରେ ଅଟଳ ସିଦ୍ଧୁ । ତାଙ୍କର ଏପରି ବ୍ୟବହାରରେ ଅତିଷ୍ଠ ହେଲେଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି । ଏଯାଏଁ ହାଇକମାଣ୍ଡଙ୍କ ସିଂହ ସିଦ୍ଧୁଙ୍କର କୌଣସି ଆଲୋଚନା ହୋଇନଥିଲେ ବି ସିଦ୍ଧୁଙ୍କ ବଦଳରେ ଆଉ ୩ଟି ବିକଳ୍ପ ଥିବା ଶୁଣାଯାଉଛି ।କିନ୍ତୁ ଏଯାଏଁ କାହାରି ନାଁ ଘୋଷଣା କରାଯାଇନାହିଁ ।

ଆଉ କଂଗ୍ରେସରେ ରହିବେ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କହିଛନ୍ତି କ୍ୟାପଟେନ୍ ଅମରିନ୍ଦର । ଏଥିରୁ କ୍ୟାପେଟେନ୍ ବିଜେପିରେ ମିଶିବାର ଶଙ୍କା ଘନୀଭୂତ ହେଉଛି । କାରଣ ସୂଚନା ମୁତାବକ, କ୍ୟାପଟେନ୍ ଅମରିନ୍ଦର ଦିଲ୍ଲୀ ଯାଇ ସେଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ଭେଟିଛନ୍ତି । ରାଜ୍ୟସଭାକୁ ମାଧ୍ୟମ କରି କ୍ୟାପଟେନଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଆଲୋଚନା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe