କ୍ରିକେଟ୍ ମଇଦାନରୁ ଫିଲ୍ମ ଦୁନିଆ । ବଲିଉଡରେ ପାଦ ଦେବେ ଧୋନୀ, ମୁନ୍ନା ଭାଇଙ୍କ ସହ ନଜର ଆସିପାରନ୍ତି ମାହି ।

504

କନକ ବ୍ୟୁରୋ : କ୍ୟାପଟେନ୍ କୁଲ୍ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । ବଲିଉଡ଼ରେ ଏଣ୍ଟ୍ରି କରିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ମୁନା ଭାଇଙ୍କ ସହ ବଡ ପରଦାରେ ନଜର ଆସିପାରନ୍ତି ମାହି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ଫିଲ୍ମ ଦୁନିଆରେ ଡେବ୍ୟୁ କରିପାରନ୍ତି ଧୋନୀ । ତେବେ ଯେଉଁ ଚଳଚ୍ଚିତ୍ର କଥା ଆମେ ଆପଣଙ୍କୁ କହୁଛୁ, ତାର ନାଁ ଡଗହାଉସ୍ ରଖାଯାଇଥିବା ବେଳେ, ଏହାର ନିର୍ଦ୍ଦେଶନା ଦେଇଛନ୍ତି ସମୀର କାର୍ଣ୍ଣିକ । ତେବେ ଏହି ଫିଲ୍ମରେ ଇମରାନ୍ ହାସମି ଏବଂ ସୁନୀଲ ସେଟ୍ଟୀ ମଧ୍ୟ ଅଭିନୟ କରୁଥିବା ଜଣାପଡିଛି ।

୨୦୧୯ କ୍ରିକେଟ୍ ବିଶ୍ୱକପ ସେମିଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ପରେ କ୍ରିକେଟ୍ ମଇଦାନରୁ ନିଜକୁ ଦୂରେଇ ରଖିଛନ୍ତି ଧୋନୀ । ଏପରିକି ସେ କ୍ରିକେଟ୍ ଜଗତକୁ ଅଲବିଦା କହିପାରନ୍ତି ବୋଲି ମଧ୍ୟ ଅନେକାଂଶରେ ଚର୍ଚ୍ଚା ହେଉଛି । ଆଉ ଏହାରି ଭିତରେ ବଡ ପରଦାରେ ମାହିଙ୍କ ଏଣ୍ଟ୍ରି ଖବର, ତାଙ୍କ କୋଟି କୋଟି ଫ୍ୟାନ୍ସ ମାନଙ୍କୁ ଉତ୍ସାହିତ କରିଛି । ତେବେ ଏହି ଫିଲ୍ମ କେବେ ରିିଲିଜ୍ ହେବ, ସେନେଇ କୌଣସି ସୂଚନା ମିଳିନାହିଁ ।