ନିର୍ବାଚନ ଫଳାଫଳକୁ ନେଇ ସିଦ୍ଧୁଙ୍କ ଉପରେ ଗର୍ଜିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ! ପାର୍ଟିକୁ କହିଲେ – ସିଦ୍ଧୁ ଏବଂ ମୋ ଭିତରକୁ ଜଣକୁ ଚୟନ କରୁ ପାର୍ଟି

554

ଲୋକସଭା ନିର୍ବାଚନ ୨୦୧୯ ର ଜନାଦେଶ ଆସିଯାଇଛି , ଯେଉଁଥିରେ ବିଜୟର ମୁକୁଟ ପିନ୍ଧିଛନ୍ତି ନରେନ୍ଦ୍ର ମୋଦି । ତେବେ ବିଜେପିର ଏହି ଜିତରେ ବିପକ୍ଷ ଦଳଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି । ସବୁଠାରୁ ବଡ ବିବାଦ ଠିଆ ହୋଇଛି ପଞ୍ଜାବରେ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ନିଜ ପରାଜୟ ପାଇଁ ନବଜୋତ୍ ସିଂହ ସିଦ୍ଧୁଙ୍କୁ ଦାୟୀ କହିଛନ୍ତି । ଅମରିନ୍ଦର ପାର୍ଟି ନେତୃତ୍ୱକୁ ରୋକଠୋକ୍ କହିଛନ୍ତି ଯେ ପାର୍ଟିରେ ଏବେ ତ ସେ ରହିବେ ନଚେତ୍ ସିଦ୍ଧୁ । ସେ କେନ୍ଦ୍ରୀୟ ନେତୃତ୍ୱକୁ କହିଦେଇଛନ୍ତି ଯେ ସିଦ୍ଧୁଙ୍କ କାରଣରୁ ପଞ୍ଜାବ ସମେତ ଅନ୍ୟ ରାଜ୍ୟରେ ପାର୍ଟିକୁ ବହୁ କ୍ଷତି ସହିବାକୁ ପଡିଛି । ତେବେ ପାର୍ଟିକୁ ସିଦ୍ଧୁ ନହେଲେ ତାଙ୍କ ଭିତରୁ ଜଣକୁ ଚୟନ କରିବାକୁ ସେ କହିଛନ୍ତି ।

ଆପଣଙ୍କୁ କହିରଖୁଛୁ ପଞ୍ଜାବ କଂଗ୍ରେସକୁ ୧୩ ରୁ ୮ ଟି ସିଟ୍ , ବିଜେପି-ଅକାଳୀ ଦଳକୁ ୪ ଏବଂ ଆପ୍ କୁ ଗୋଟିଏ ସିଟ୍ ମିଳିଛି ।