ସିଦ୍ଧୁଙ୍କୁ ପୁଣି ଶବ୍ଦବାଣ ମାରିଲେ କ୍ୟାପଟେନ୍ । କହିଲେ, ସିଦ୍ଧୁଙ୍କୁ କଂଗ୍ରେସ ଯେତେଶୀଘ୍ର ଦଳରୁ ବାହାର କରିବ ସେତେ ଭଲ ।

156

କନକ ବ୍ୟୁରୋ: ପଞ୍ଜାବରେ ଜାରି ରହିଥିବା ରାଜନୈତିକ ଯୁଦ୍ଧ ଭିତରେ ଏବେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କ୍ୟାପଟେନ୍ ଅମରିନ୍ଦର ସିଂହ ନୂଆ ଦଳ ଗଢିବା ନେଇ ଘୋଷଣା କରିଛନ୍ତି । ଆଉ ତାଙ୍କର ଏହି ଘୋଷଣା ପରେ ପଞ୍ଜାବରେ ରାଜନୀତି ପୁଣି ଜୋର ଧରିଛି । ତେବେ ଏହାରି ଭିତରେ କ୍ୟାପଟେନ୍ କହିଛନ୍ତି, ସିଦ୍ଧୁଙ୍କୁ ନେଇ କଂଗ୍ରେସ କେବଳ ତଳକୁ ହିଁ ଯିବ, ତେଣୁ ଯଥାଶୀଘ୍ର ସିଦ୍ଧୁଙ୍କୁ କଂଗ୍ରେସ ଦଳରୁ ବାହାର କରିଦେବା ଉଚିତ୍ ବୋଲି ସେ କହିଛନ୍ତି ।ତା ସହିତ କ୍ୟାପଟେନ୍ କହିଛନ୍ତି, ମୁଁ ପଞ୍ଜାବ ପାଇଁ

କାମ କରିବି, ମୁଁ ମୋ ନିଜ ରାଜ୍ୟ ପାଇଁ ଲଢିବି । ତେବେ ମୋତେ କ୍ଷମତାର ମୋହ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ଚଳିତ ନିର୍ବାଚନ ପରେ ସେ ରିଟାୟର୍ଡ ହେବା ନେଇ ଦଳକୁ କହିସାରିଥିଲେ । ତାଙ୍କ କାମକୁ ନେଇ ମଧ୍ୟ ଦଳର ନେତା ଖୁସି ଥିଲେ । ହେଲେ ଏବେ ନବଜୋତ୍ ସିଂହ ସିଦ୍ଧୁଙ୍କୁ କଂଗ୍ରେସ ଯେତେ ଜଲଦି ନିଜ ଦଳରୁ ବାହାର କରିବ । ଦଳ ପାଇଁ ସେତେ ଭଲ ହେବ ବୋଲି କ୍ୟାପଟେନ୍ କହିଛନ୍ତି ।

ଅନ୍ୟପଟେ କୃଷି ଆଇନକୁ ନେଇ ସେ କହିଛନ୍ତି ଯେ, କଥାବାର୍ତ୍ତା ଓ ଆଲୋଚନା ମାଧ୍ୟମରେ ଏହାର ନିଷ୍କର୍ସ ବାହାରିପାରିବ । ସୂଚନାଯୋଗ୍ୟ ଯେ, କ୍ୟାପଟେନ୍ ଅମିରନ୍ଦର ସିଂହ ଗତ କିଛି ଦିନ ତଳେ କଂଗ୍ରେସରୁ ଔପଚାରିକ ଭାବେ ବିଦାୟ ନେଇଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ସେ ଲଗାତାର ଭାବେ ନବଜୋତଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । କିଛି ଦିନ ତଳେ ନବଜୋତ୍ ସିଂହଙ୍କ ପାକିସ୍ତାନ ଲିଙ୍କକୁ ନେଇ ମଧ୍ୟ କ୍ୟାପଟେନ୍ ମୁହଁ ଖୋଲିଥିଲେ । ପଞ୍ଜାବ ଏକ ସୀମାନ୍ତ ରାଜ୍ୟ ହୋଇଥିବାରୁ ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେଲେ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିପାରେ ବୋଲି କ୍ୟାପଟେନ୍ କହିଥିଲେ । ସିଦ୍ଧୁଙ୍କର ପାକିସ୍ତାନ ସହିତ ଭଲ ସମ୍ପର୍କ ଅଛି,ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ଦେଶର ସୁରକ୍ଷା ପ୍ରତି ବିପଦ ଅଛି ବୋଲି କ୍ୟାପଟେନ୍ କହିଥିଲେ ।