ପଞ୍ଜାବ କଂଗ୍ରେସରେ କଳି ତୁଟାଇବାକୁ ହାଇ କମାଣ୍ଡଙ୍କ ଫର୍ମୁଲା । ମୁଖ୍ୟମନ୍ତ୍ରୀ ରହିବେ କ୍ୟାପେଟେନ୍ ଅମରିନ୍ଦର ସିଂହ । ସିଦ୍ଧୁଙ୍କୁ ମିଳିପାରେ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ପଦ ।

Advertisment
ପଞ୍ଜାବ କଂଗ୍ରେସରେ କଳି ତୁଟାଇବାକୁ ହାଇ କମାଣ୍ଡଙ୍କ ଫର୍ମୁଲା । ମୁଖ୍ୟମନ୍ତ୍ରୀ ରହିବେ କ୍ୟାପେଟେନ୍ ଅମରିନ୍ଦର ସିଂହ । ସିଦ୍ଧୁଙ୍କୁ ମିଳିପାରେ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ପଦ ।

କନକ ବ୍ୟୁରୋ: କଂଗ୍ରେସ ଦଳରେ ଲାଗିରହିଥିବା ଦୀର୍ଘ ଦିନର ବିବାଦ ଭିତରେ ଏବେ ସମାଧାନର ବାଟ ଦେଖା ଦେଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏବଂ ବରିଷ୍ଠ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଲାଗି ରହିଥିବା କନ୍ଦଳକୁ ଦୂର କରିବା ପାଇଁ ଏକ ନୂଆ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି ଆଉ ଏହି ସୂଚନା ଦେଇଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ହରିଷ ରାୱତ ।

ହରିଷ ରାୱତ କହିଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ନିଜ ପଦ ସମ୍ଭାଳିବେ । ଆଉ ଆସନ୍ତାବର୍ଷ ବିଧାନସଭା ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ କ୍ୟାପେଟେନ୍ ଅମରିନ୍ଦର ସିଂହ ନିର୍ବାଚନ ଲଢିବେ । ସେପଟେ ବରିଷ୍ଠ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯିବ । ଏନେଇ ଆଗକୁ ବିଧିିବଦ୍ଧ ଭାବେ ଘୋଷଣା ହେବ ବୋଲି ସେ କହିଛନ୍ତି । ସୋନିଆ, ପ୍ରିୟଙ୍କା ଓ ରାହୁଲଙ୍କ ସହ ପ୍ରଶାନ୍ତ କିଶୋରଙ୍କ ସାକ୍ଷାତ ପରେ ପଞ୍ଜାବ କଂଗ୍ରେସରେ ସମାଧାନର ବାଟ ଫିଟିଛି । ଆଉ ପ୍ରଶାନ୍ତଙ୍କ ରଣନୀତି ଅନୁସାରେ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ଦାୟିତ୍ୱ ଦିଆଯାଉଥିବା ସୂଚନା ମିଳିଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ବରିଷ୍ଠ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଗତ କିଛି ମାସ ହେବ ବିବାଦ ଲାଗି ରହିଥିଲା । ମୁଖ୍ୟମନ୍ତ୍ରୀଙ୍କ କୌଣସି ବି କଥାକୁ ଗୁରୁତ୍ୱ ଦେଉନଥିଲେ ସିଦ୍ଧୁ । ତାଙ୍କ ସପକ୍ଷରେ ଥିବା ୭୦ରୁ ଅଧିକ ବିଧାୟକଙ୍କୁ ନେଇ ବିଦ୍ରୋହ କରିବା ଭଳି ପରିସ୍ଥିତି ମଧ୍ୟ କରିଥିଲେ ସିଦ୍ଧୁ । ଏନେଇ ଦିଲ୍ଲୀ ଆସି ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ ସିଦ୍ଧୁ । ଆଉ ତାଙ୍କର ଏଭଳି ବିଦ୍ରୋହକୁ ନେଇ ଚିନ୍ତାରେ ଥିଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା । ବିରୋଧୀ ମଧ୍ୟ ଏହି ମଉକାର ଫାଏଦା ଉଠାଇବାକୁ ପଛାଇ ନଥିଲେ । ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଆଉ ଏହା ପୂର୍ବରୁ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସମାଧାନ କରାନଗଲେ ଏହା ନିର୍ବାଚନ ଉପରେ ପ୍ରଭାବ ପକାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe