ଦେହ ଖରାପ ଥିବା ସମୟରେ ଆମେ ଶୀଘ୍ର ସୁସ୍ଥ ହେବା ପାଇଁ ବିଭିନ୍ନ ପ୍ରକାର କ୍ୟାପସୁଲ ଖାଇ୍ଥାଉ । କ୍ୟାପସୁଲର ଉପରିଭାଗରେ ପ୍ଲାଷ୍ଟିକ ସଦୃଶ ପଦାର୍ଥ ଥାଏ । କିନ୍ତୁ ଯଦି ଏହା ପ୍ଲାଷ୍ଟିକ ତେବେ ଶରୀର ଭିତରକୁ ଯିବା ପରେ ଏହା ସହଜରେ ମିଳେଇ ଯାଏ କିପରି? ଏହି ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଆସୁଥିବ । ତେବେ ଏହାର ଉତ୍ତର ଯଦି ଆପଣ ଜାଣିବେ କିଛି ଲୋକ କ୍ୟାପସୁଲ ଖାଇବା ହିଁ ବନ୍ଦ କରିଦେବେ ।
୧. ସଫ୍ଟ କ୍ୟାପସୁଲ : ଏହି କ୍ୟାପସୁଲକୁ ହାତରେ ହାଲୁକା ଦବାଇଲେ ଏହା ଭିତରେ ପଶିଯାଏ ତେଣୁ ଏହାକୁ ସଫ୍ଟ କ୍ୟାପସୁଲ କୁହାଯାଏ । ଏହା ଏକପ୍ରକାରର ଜେଲ୍ ଯେଉଁଥିରେ ଔଷଧ ଏହା ଭିତରେ ଥାଏ । ଏହି ଜେଲକୁ କାର୍ଡ ତେଲ ସହାୟତାରେ ପ୍ରସ୍ତୁତ କରାଯାଏ । କାର୍ଡ ହେଉଛି ଏକ ପ୍ରଜାତୀର ମାଛ । ଏହି ମାଛର ଯକୃତର ତେଲରୁ ଜେଲ୍ ପ୍ରସ୍ତୁତ କରାଯାଏ ।
୨. ହାର୍ଡ ଜିଲୋଟିନ୍ କ୍ୟାପସୁଲ : ଏହି କ୍ୟାପସୁଲ ଯୋଗୁଁ ଅଧିକାଂଶ ଲୋକ ଭାବନ୍ତି ଯେ ଏହା ଏକ ପ୍ଲାଷ୍ଟିକ । କିନ୍ତୁ ଏହା ପ୍ଲାଷ୍ଟିକ ନୁହଁ ଏହାକୁ ଜିଲୋଟିନ୍ କୁହାଯାଏ । ଜିଲୋଟିନ୍ ହେଉଛି ଏକପ୍ରକାରର ପ୍ରୋଟିନ୍ । ଏହି ପ୍ରୋଟିନ୍ ଆପଣଙ୍କ ଶରୀରରେ ମଧ୍ୟ ରହିଛି । ପଶୁଙ୍କ ମୃତ ଶରୀରରୁ ଏହି ପ୍ରୋଟିନକୁ ବାହାର କରାଯାଏ ।
୩. ସଫ୍ଟ ଜିଲୋଟିନ୍ କ୍ୟାପସୁଲ : ଏହି କ୍ୟାପସୁଲରେ ବ୍ୟବହୃତ ହେଉଥିବା ଜେଲ୍ ପାଇଁ ଜିଲୋଟିନ୍ ବ୍ୟବହୃତ ହୁଏ । ମାଂସ ଏବଂ ଗୋମାଂସ କାରଖାନାରେ ମିଳୁଥିବା ହାଡ ଏବଂ ଚମଡାରୁ ଏହି ଜିଲୋଟିନ୍ ପ୍ରସ୍ତୁତ କରାଯାଏ । ଏହା ବହୁତ ଶସ୍ତା ଏବଂ ସହଜରେ ମଧ୍ୟ ମିଳିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/77-1.jpg)