ଦିଲ୍ଲୀରେ ତଥାପି କମୁନି ବାୟୁ ପ୍ରଦୂଷଣ : ଆଜି ବି ୩୦୦ ଉପରେ ଏୟାର କ୍ୱାଲିଟି ଇଣ୍ଡେକ୍ସ

 ମାଲବାହୀ ଯାନ ପ୍ରବେଶ ଉପରେ କଟକଣା; ବିଭିନ୍ନ ସ୍ଥାନରେ ଯାଂଚ କଡାକଡି

73

କନକ ବ୍ୟୁରୋ : ତଥାପି କମୁନି ଦିଲ୍ଳୀ ବାୟୁ ପ୍ରଦୂଷଣ । ଆଜି ବି ସକାଳୁ ସକାଳୁ ରାଜଧାନୀ ଦିଲ୍ଳୀର ବାୟୁ ପ୍ରଦୂଷଣର ସ୍ତର ଅତି ଖରାପ ରହିଛି ।  ବାୟୁ ଗୁଣବତା ଓ ପାଣିପାଗ ବିଭାଗର ସୂଚନା ଅନୁସାରେ ଦିଲ୍ଲୀର ଏୟାର କ୍ୱାଲିଟୀ ଇଣ୍ଡେକ୍ସ ଆଜି ସକାଳ ୬ଟାରେ ୩୬୨ ରହିଥିଲା । ଯାହାକି ମଣିଷ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ଭିତରକୁ ଆସୁଥିବା ଟ୍ରକର ପ୍ରବେଶକୁ ବାରଣ କରାଯାଇଛି । ଏଥିପାଇଁ ଦିଲ୍ଲୀର ବିଭିନ୍ନ ପ୍ରବେଶ ପଥରେ ଯାଂଚକୁ କଡାକଡି କରାଯାଇଛି ।

ବାୟୁ ପ୍ରଦୂଷଣ ରୋକିବା ପାଇଁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟରୁ ଦିଲ୍ଲୀକୁ ଆସୁଥିବା ଟ୍ରକର ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ସରକାର । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ଟ୍ରକକୁ ପ୍ରବେଶ ପାଇଁ ଅନୁମତି ରହିଛି । ସେହିପରି ବିଭିନ୍ନ ଉଛେଦ ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ , କଲେଜ ବନ୍ଦ ରହିଛି । ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି । କିନ୍ତୁ ବୁଧବାର ଅପେକ୍ଷା ଆଜି ବାୟୁ ପ୍ରଦୂଷଣ କମ୍ ରହିଛି । ଗତକାଲି ବାୟୁ ପ୍ରଦୂଷଣର ସ୍ତର ଏଆଇକ୍ୟୁ ୩୭୫ ଥିଲା ।