କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଘରେ କ୍ୟାପିଟାଲ ଥାନା ପୋଲିସ । ଗଣମାଧ୍ୟମର ଜଣେ ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ନେଇ ଅଭିଯୋଗ ପରେ କ୍ୟାପିଟାଲ ଥାନା ପୋଲିସ ରଘୁନନ୍ଦନଙ୍କ ସରକାରୀ ବାସଭବନରେ ପହଂଚିଛି । ପ୍ରାୟ ୧୫ରୁ ୨୦ମିନିଟ ସ୍ପଟ୍ ଭିଜିଟ ପରେ ତଦନ୍ତ ସାରି ସରକାରୀ ବାସଭବନରୁ ବାହାରିଯାଇଛନ୍ତି ତଦନ୍ତକାରୀ ଅଧିକାରୀ । ରଘୁନନ୍ଦନ ଦାସଙ୍କୁ ସିସିଟିଭି ଫୁଟେଜ ମାଗିଛି ପୋଲିସ । ଏହାସହ ରଘୁନନନ୍ଦ, ସୁରକ୍ଷା କର୍ମୀ ଓ କିଛି ଲୋକଙ୍କର ବୟାନ ରେକର୍ଡ କରାଯାଇଥିବା ମଧ୍ୟ ସୂଚନା ଦେଇଛି କ୍ୟାପିଟାଲ ଥାନା ପୋଲିସ । ଗତକାଲି ଖବର ସଂଗ୍ରହ ବେଳେ କୁକୁର ଛାଡ଼ିଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ମହିଳା ସାମ୍ବାଦିକ । ତେବେ ସୁରକ୍ଷାକର୍ମୀଙ୍କୁ ଧକ୍କା ଦେଇଥିବା ନେଇ ପାଲଟା ଅଭିଯୋଗ କରିଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ।