କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ମାମଲାରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ ପ୍ରତିକ୍ରିୟା ରଖିଛନ୍ତି ନବଜାତଙ୍କ ବାପା ପ୍ରାଣକୃଷ୍ଣ ବିଶ୍ୱାଳ । କହିଛନ୍ତି, ସେ କ୍ୟାପିଟାଲ ହସ୍ପିଟାଲ ବିରୋଧରେ ମାମଲା କରିବେ । ହସ୍ପିଟାଲର ଭୁଲ ତଥ୍ୟ ଯୋଗୁ ତାଙ୍କ ସମୟ ବରବାଦ ହୋଇଛି । ଅନେକ ଦିନ ହେବ ସେ ହଇରାଣ ହୋଇଥିବାରୁ ମାମଲା କରିବେ ବୋଲି କହିଛନ୍ତି ।
ସେପଟେ ଆଜି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଥିଲେ କି ଶିଶୁର ବାପା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ କହିଥିଲେ, ଜଣେ ଲୋକର ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା । ପୋଲିସଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା ।
ତେଣୁ ଏପରି ଲୋକଙ୍କୁ ଜନ ସାଧାରଣ ବିଶ୍ୱାସ ନକରିବା ଉଚିତ୍ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ହସ୍ପିଟାଲ ପ୍ରଥମରୁ ହିଁ ସ୍ପଷ୍ଟ କରିଥିଲା କି ତାଙ୍କର ଝିଅ ହୋଇଥିଲା ହେଲେ । ହେଲେ ମିଥ୍ୟା ଭାବେ ଯେଉଁ ବ୍ୟକ୍ତି ହସ୍ପିଟାଲକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।