/kanak/media/post_attachments/wp-content/uploads/2019/07/download-3.jpg)
ଗୋଟିଏ ପଟେ ହସ୍ପିଟାଲରେ ଆବଶ୍ୟକୀୟ ଶଯ୍ୟା ନଥିବାରୁ ରୋଗୀ ତଳେ ଗଡ଼ୁଥିବାବେଳେ, ହସ୍ପିଟାଲର ତିନି ବରିଷ୍ଠ ଅଧିକାରୀ ଅୟସ କରିବା ପାଇଁ ଦୁଇଟି ଲେଖାଏଁ ରୁମ୍ ନିଜ ଅକ୍ତିଆରରେ ରଖିବା ଏହି ଅଧିକାରୀଙ୍କର ରୋଗୀଙ୍କ ପ୍ରତି ଥିବା ସହାନୁଭୂତି ଏବଂ ସରକାରୀ ଅର୍ଥକୁ ଅପଚୟ କରିବାର ମନୋବୃତ୍ତିକୁ ଦର୍ଶାଉଛି। କ୍ୟାପିଟାଲ ହସ୍ପିଟାଲର କୌଣସି ୱାର୍ଡକୁ ପଶିଗଲେ ଏହା କିପରି ଦୁରାବସ୍ଥାରେ ଅଛି ତାହା ଜଣାପଡ଼ିଯିବ। କେଉଁଠି ଫ୍ୟାନ୍ କେଁ କେଁ କରି ବୁଲୁଛି ତ କେଉଁଠି ବେଡରେ ପଡୁଥିବା ବେଡସିଟ ଦିନ ଦିନ ଧରି ବଦଳୁନି। ବେଡ୍ ଉପରେ ଯେତିକି ରୋଗୀ, ତଳେ ତା’ଠାରୁ ବହୁଗୁଣା ରୋଗୀ ଗଡ଼ୁଛନ୍ତି। ଅପରିଷ୍କାର, ଅସ୍ବାସ୍ଥ୍ୟକର ପରିବେଶ ଭିତରେ ରୋଗୀମାନେ ରହୁଛନ୍ତି। କିନ୍ତୁ ଏହି ତିନି ଅଧିକାରୀଙ୍କ ଦୁଇଟି ରୁମରେ ଏସି, ଫ୍ୟାନ୍, ଦାମୀ ସୋଫା, ଲାଇଟ୍ ସବୁ ଲାଗିଛି। ଦିନକୁ ଦୁଇଥର ଝାଡ଼ୁଦାର ସଫା କରୁଛି। ଚେୟାରରେ ପଡ଼ୁଥିବା ଟାୱେଲ୍ ପ୍ରତିଦିନ ବଦଳୁଛି।
/kanak/media/post_attachments/wp-content/uploads/2019/07/download-1-1.jpg)
ସୂଚନାଯୋଗ୍ୟ ଯେ, କ୍ୟାପିଟାଲ ହସ୍ପିଟାଲରେ ନିର୍ଦେଶକ ପଦ ସୃଷ୍ଟି ହେବା ପୂର୍ବରୁ ମୁଖ୍ୟ ମେଡିକାଲ ଅଧିକାରୀ ବା ସିଏମ୍ଓ ପଦ ରହିଥିଲା। ଏହି ସମୟରେ ସିଏମ୍ଓଙ୍କର ଦୁଇଟି ରୁମ୍ ରହିଥିଲା। ଗୋଟିଏରେ ରୋଗୀ ଦେଖୁଥିଲେ ଓ ଅନ୍ୟଟିରେ ପ୍ରଶାସନିକ କାର୍ଯ୍ୟ କରୁଥିଲେ ସିଏମ୍ଓ। ପରବର୍ତୀ ସମୟରେ ସିଏମ୍ଓ ପଦ ଉଚ୍ଛେଦ କରାଯାଇ ନିର୍ଦେଶକ ପଦ ଓ ଅଧୀକ୍ଷକ ପଦ ସୃଷ୍ଟି କରାଯାଇଥିଲା। ସିଏମ୍ଓ ପଦବି ଥିବାବେଳେ ହସ୍ପିଟାଲରେ ଥିବା ହସ୍ପିଟାଲ ପରିଚାଳକ ବା ଏଚ୍ଏ ପଦ ଉଚ୍ଛେଦ ହୋଇଥିଲା। ତେଣୁ ତାଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍ ଖାଲି ରହିଥିଲା। ଏହାସହ ପୂର୍ବରୁ ରହିଥିବା ଉପ-ଅଧୀକ୍ଷକ ପଦ ହସ୍ପିଟାଲରେ ବଜାୟ ରହିଛି। ମାତ୍ର ଧୀରେଧୀରେ ଅଧୀକ୍ଷକ ଓ ଉପ-ଅଧୀକ୍ଷକଙ୍କ ନୂଆ ରୁମ୍ ତିଆରି ହୋଇଥିଲା। ନିର୍ଦ୍ଦେଶକଙ୍କ ପାଇଁ ବି ନୂଆ ରୁମ୍ ହେଲା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏସବୁ ରୁମ୍ ତିଆରି ହେଲା। ହେଲେ ବାବୁମାନେ ନୂଆ ରୁମ୍ ସାଙ୍ଗକୁ ପୂର୍ବରୁ ଥିବା ପୁରୁଣା ରୁମ୍କୁ ବି ରଖିଲେ। ଏପଟେ ଶହଶହ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ରୁମ୍ ନଥିବାବେଳେ ତିନି ବାବୁଙ୍କ କବଜାରେ ତିନିଟି ରୁମ୍ ରହିଛି।