ବଦଳିବ କ୍ୟାପିଟାଲର ହସ୍ପିଟାଲର ସ୍ୱାସ୍ଥ୍ୟ ! ୧୦୦ ଶଯ୍ୟା ଦେଲା ଏସବିଆଇ

Advertisment
ବଦଳିବ କ୍ୟାପିଟାଲର ହସ୍ପିଟାଲର ସ୍ୱାସ୍ଥ୍ୟ ! ୧୦୦ ଶଯ୍ୟା ଦେଲା ଏସବିଆଇ

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ଭିଡ଼କୁ ନଜରରେ ରଖି ଏସବିଆଇ ପକ୍ଷରୁ ୧୦୦ଟି ଶଯ୍ୟାଯୋଗାଇ ଦିଆଯାଇଛି। ଆସନ୍ତା ୧୮ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଓ ଏସବିଆଇ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ଶଯ୍ୟାର ଉଦଘାଟନ କରାଯିବ। ଅପରପକ୍ଷରେ ହସ୍ପିଟାଲ କର୍ତ୍ତୃପକ୍ଷ ଆହୁରି ୧୦୦ ଶଯ୍ୟାଯୋଗାଇ ଦେବାକୁ ରାଜ୍ୟ ଔଷଧ ଯୋଗାଣ ନିଗମକୁ ଚିଠି ଲେଖିଥିବା ଜଣାପଡ଼ିଛି।

publive-imageକ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଭୁବନେଶ୍ୱର ସମେତ ଖୋର୍ଧା, ପୁରୀ, ନୟାଗଡ଼ ଓ ଅନ୍ୟାନ୍ୟ ଅଞ୍ଚଳରୁ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିବାରୁ ଇନଡୋରରେ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । କ୍ୟାପିଟାଲ ହସ୍ପିଟାଲ ୫୬୦ଶଯ୍ୟା ବିଶିଷ୍ଟ ହୋଇଥିଲେ ହେଁ ଏହାର ଅନେକ ଶଯ୍ୟା ଭାଙ୍ଗିରୁଜି ଯାଇଛି। ତେଣୁ ଶଯ୍ୟା ଅଭାବରୁ ଅଧିକାଂଶ ସମୟରେ ରୋଗୀମାନଙ୍କୁ ଚଟାଣରେ ଶୋଇବାକୁ ପଡ଼ୁଛି। ତେଣୁ କ୍ୟାପିଟାଲ ହସ୍ପିଟାଲକୁ ଅଧିକ ସଂଖ୍ୟକ ଶଯ୍ୟା ଯୋଗାଇ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଦାବି କରି ଆସୁଥିଲେ। ଏଥିପାଇଁ ଜାତୀୟ ସ୍ୱାସ୍ଥ୍ୟ ମିସନଙ୍କ ନିକଟରେ ହସ୍ପିଟାଲ କର୍ତ୍ତୃପକ୍ଷ ଦାବି କରିଥିଲେ। ଏହି ଭିତ୍ତିରେ ଏସବିଆଇ ପକ୍ଷରୁ ୧୦୦ଟି ଶଯ୍ୟା ହସ୍ପିଟାଲକୁ ଯୋଗାଇ ଦିଆଯାଇଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ କହିଛନ୍ତି, ଏସବିଆଇ ପକ୍ଷରୁ ହସ୍ପିଟାଲକୁ ୧୦୦ ଶଯ୍ୟା ଯୋଗାଇ ଦିଆଯାଇଛି। ଏହାସହ ଆହୁରି ୧୦୦ଟି ଶଯ୍ୟା ପାଇଁ ଓଏସଏମସିଏଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆବଶ୍ୟକ ଶଯ୍ୟା ଯୋଗାଣ ପରେ ରୋଗୀଙ୍କୁ ଆଉ ଚଟଣାରେ ଶୋଇବାକୁ ପଡ଼ିବ ନାହିଁ। ତେବେ ଏହି ଶଯ୍ୟା କେଉଁ କେଉଁ ବିଭାଗରେ ପଡ଼ିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ବୋଲି ଡା.ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe