କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ସମନ୍ୱିତ ରୋଗ ନିରୂପଣ କେନ୍ଦ୍ର ଆଗରେ ଧାରଣା ଦେଇଛନ୍ତି ଚୁକ୍ତିଭିତିକ କର୍ମଚାରୀ । କ୍ୟାପିଟାଲ ହସ୍ପିଟାଲରେ ଘରୋଇ କମ୍ପାନୀ ଟେକମେଡ ହେଲଥ କେୟାରକୁ ରୋଗ ନିରୂପଣ କରିବା ପାଇଁ ଏକ ଲ୍ୟାବ ଦିଆଯାଇଥିଲା । ସେହି ଲ୍ୟାବରେ କାମ କରୁଥିବା କର୍ମଚାରୀଙ୍କୁ ୪ ମାସ ହେଲା ଦରମା ମିଳିନାହିଁ । ତେଣୁ ବକେୟା ଦରମା ଦେବା ଦାବିରେ ଚୁକ୍ତିଭିତିକ କର୍ମଚାରୀ ଧାରଣାରେ ବସିଛନ୍ତି ।
ସୂଚନା ଅନୁସାରେ ଟେକମେଡ ହେଲଥ କେୟାରକୁ କ୍ୟାପିଟାଲ ହସ୍ପିଟାଲ ତରଫରୁ ସମସ୍ତ ଦେୟ ଦିଆଯାଇଛି । ହେଲେ ସଂପୃକ୍ତ ଘରୋଇ ସଂସ୍ଥା କର୍ମଚାରୀଙ୍କୁ ଦରମା ଦେଇ ନାହାନ୍ତି । ଏପରିକି ହସ୍ପିଟାଲ କର୍ତୃପକ୍ଷଙ୍କ ତରଫରୁ ଦିଆଯାଇଥିବା କୋଭିଡ ସହାୟତା ରାଶି ମଧ୍ୟ କର୍ମଚାରୀ ପାଇନଥିବା ଅଭିଯୋଗ କରିଛନ୍ତି । ଦରମା ନମିଳିଲେ ଲ୍ୟାବରେ କୌଣସି କାମ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଚୁକ୍ତିଭିତିକ କର୍ମଚାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/vlcsnap-2022-01-31-21h49m25s964.png)