ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ୍ ହସ୍ପିଟାଲରେ ଉତ୍ତେଜନା : ଡାକ୍ତରଙ୍କ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ୍ ହସ୍ପିଟାଲରେ ଉତ୍ତେଜନା : ଡାକ୍ତରଙ୍କ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

କନକ ବ୍ୟୁରୋ : ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ୍ ହସ୍ପିଟାଲରେ ଉତ୍ତେଜନା ଡାକ୍ତରଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । କ୍ୟାପିଟାଲ୍ ହସ୍ପିଟାଲରେ ଦୁଇ ଦିନ ପୂର୍ବରୁ ବାଲିପାଟଣା ମାର୍ଥାପୁର ଗାଁର ବାସିନ୍ଦା ରାକେଶ ପାତ୍ରଙ୍କର ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଶୁକ୍ରବାର ଅପରାହ୍ନରେ ଶିଶୁଟି ସୁସ୍ଥ ଥିବା ଡାକ୍ତର କହିଥିଲେ । କିନ୍ତୁ ଚିକିତ୍ସା କରିବାର ଦୁଇ ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ ।

ତେବେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର ସଠିକ୍ ସୂଚନା ଦେଇନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଶିଶୁଟିର ମୃତ୍ୟୁର କାରଣ କ’ଣ ମଧ୍ୟ ଡାକ୍ତର କହିନଥିବା ପରିବାର ଲୋକେ କହିଛନ୍ତି । ଘଟଣାକୁ ନେଇ ହସ୍ପିଟାଲରେ ଉତେଜନା ଦେଖିବାକୁ ମିଳିଛି । କ୍ୟାପିଟାଲ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ମୃତ ଶିଶୁକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe