କନକ ବ୍ୟୁରୋ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ଚାରି ଦିନ ହେବ ରାଜଧାନୀକୁ ଅଣନିଶ୍ୱାସୀ କରି ଦେଇଛି ବାୟୁ ପ୍ରଦୂଷଣ । ସୁଇସ ଗ୍ରୁପ ତଥ୍ୟ ଅନୁସାରେ ରବିବାର ରାଜଧାନୀରେ ଏକ୍ୟୁଆଇ ଟପିଲା ୭୦୦ ।
ରବିବାର ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୭୦୧ରେ ପହଂଚିଥିବା ରେକର୍ଡ ହୋଇଥିଲା । ସକାଳ ୭ଟା ୩୦ରେ ଏକ୍ୟୁଆଇ ୪୮୩ ରହିଥିଲା । ପ୍ରଦୂଷଣକୁ ଦେଖି ୧୦ ତାରିଖ ଯାଏଁ ସ୍କୁଲ ବନ୍ଦ ଘୋଷଣା ହୋଇଛି । ବିଶ୍ୱ ଏକ୍ୟୁଆଇ ତଥ୍ୟ ଅନୁସାରେ ଦୁନିଆର ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଭାରତର ୩ଟି ସହର ରହିଛି । ଏକ୍ୟୁଆଇ ୪୮୩ ସହ ଦିଲ୍ଲୀ ଶୀର୍ଷ ସ୍ଥାନରେ ରହିଛି । କୋଲକାତାରେ ୨୦୬, ମୁମ୍ବାଇରେ ୧୬୨ ରହିଛି । ପ୍ରଦୂଷିତ ବାୟୁ ଗର୍ଭବତୀ ଏବଂ ପିଲାଙ୍କ ପାଇଁ କ୍ଷତିକାରକ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/5-10.jpg)