କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଅର୍ଦ୍ଧସାମରିକ ବଳ (ସିଏପିଏଫ୍) ନିଯୁକ୍ତି ପାଇଁ ହିନ୍ଦି ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷାକୁ ଅନୁମତି ଦେଇଛନ୍ତି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି । ସେ କହିଛନ୍ତି କି ଆଞ୍ଚଳିକ ଭାଷାରେ ପରୀକ୍ଷା କରାଗଲେ ସିଏପିଏଫରେ ସ୍ଥାନୀୟ ଯୁବକଙ୍କର ଭାଗିଦାରୀ ବଢିବ ଓ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ମଧ୍ୟ ମିଳିବ । ଏବେ ସିଆରପିଏଫ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ହିନ୍ଦି ଓ ଇଂରାଜୀ ବ୍ୟତୀତ ଆସାମିଆ, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲମ, କନ୍ନଡ, ତାମିଲ, ତେଲୁଗୁ, ଓଡିଆ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁର ଓ କୋଙ୍କଣୀ ଭାଷାରେ ପ୍ରସ୍ତୁତ କରାଯିବ ।

Advertisment

ଗୃହମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତି ଫଳରେ ଆଶାୟୀ ଯୁବକମାନେ ସେମାନଙ୍କ ମାତୃ ଭାଷାରେ ପରୀକ୍ଷା ଦେଇପାରିବେ । ଏହାଫଳରେ ଚୟନ ପକ୍ରିୟା ଉପରେ ସେମାନଙ୍କର ଅଧିକ ଆଶା ରହିବ । କନେଷ୍ଟବଳ ପରୀକ୍ଷା କର୍ମଚାରୀ ଚୟନ ଆୟୋଗ ଦ୍ୱାରା ଆୟୋଜିତ ପରୀକ୍ଷା ମଧ୍ୟରୁ ଅନ୍ୟତମ । ଏଥିରେ ସାରା ଦେଶରୁ ଲକ୍ଷ ଲକ୍ଷ ଆଶାୟୀ ଭାଗ ନେଇଥାନ୍ତି । ହିନ୍ଦି ଓ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ ପରୀକ୍ଷାର ଆୟୋଜନ ୨୦୨୪ ଜାନୁଆରୀ ପହିଲାରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ଗୃହମନ୍ତ୍ରଣାଳୟ କହିଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଗୃହମନ୍ତ୍ରୀଙ୍କ ମାଗଦର୍ଶନରେ ଗୃହମନ୍ତ୍ରଣାଳୟ ଆଞ୍ଚଳିକ ଭାଷାର ବିକାଶ ଉପରେ କାମ କରୁଛି ।