କନକ ବ୍ୟୁରୋ : ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନିର୍ବାଚନ ପଦାର୍ପଣକୁ ନେଇ ପୁଣି ଥରେ କଳ୍ପନାଜଳ୍ପନା ଜୋର ଧରିଛି । ରାହୁଲ ଗାନ୍ଧୀ ୱାୟନାଡ ଲୋକସଭା ଆସନ ଖାଲି କଲେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଜଣାପଡ଼ିଛି । ୨୦୧୯ ନିର୍ବାଚନ ପରଠାରୁ ପ୍ରିୟଙ୍କା ନିର୍ବାଚନ ଲଢ଼ିବାର ସମ୍ଭାବନା ଦେଖାଦେଇଥିଲା । ସେ ବାରଣାସୀରେ ମୋଦିଙ୍କୁ ଚ୍ୟାଲେଞ୍ଜ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଯଦିଓ ଏହା ହୋଇନାହିଁ, ତଥାପି ସେ ୨୦୨୨ ଉତ୍ତର ପ୍ରଦେଶ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସଙ୍କେତ ଦେଇଥିଲେ, ଏପରିକି ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚା ହେଉଥିଲା । ଯାହାକୁ ପରେ ଅଣଦେଖା କରିଥିଲା ଦଳ । ଏବେ ସେ କେରଳରୁ ନିର୍ବାଚନ ଲଢି ସଂସଦରେ ପ୍ରବେଶ କରିପାରନ୍ତି ।
ସଂସଦରେ ପ୍ରବେଶ କରିବେ ପ୍ରିୟଙ୍କା ଗାନ୍ଧୀ । ବାଟ ଫିଟାଇବାକୁ ରାହୁଲ ଛାଡିପାରନ୍ତି ୱାୟନାଡ ଲୋକସଭା ଆସନ
/kanak/media/post_attachments/wp-content/uploads/2024/06/5-24.jpg)