କନକ ବ୍ୟୁରୋ: କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଗଜପତି ଅଡବା ଥାନା ପୁଲିସକୁ ମିଳିଛି ସଫଳତା । ପାଖରେ ଥିବା ଆରୁମପେଟା ଜଙ୍ଗଲରୁ ୯ କ୍ୱିଣ୍ଟାଲରୁ ଅଧିକ ପରିମାଣ ଗଞ୍ଜେଇ ଜବତ ହୋଇଛି। ଜଙ୍ଗଲରେ ଗୋଟିଏ ଜାଗାରେ ଗଞ୍ଜେଇ ସବୁ ଗଚ୍ଛିତ ହୋଇ ରହିଥିବା ଘଟଣା ପୁଲିସ ପାଖରେ ପହଞ୍ଚିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ହଠାତ୍ ଚଢାଉ କରି ଗଞ୍ଜେଇ ସବୁ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇର ପରିମାଣ ପ୍ରାୟ କୋଟିଏରୁ ବେଶୀ ହେବାର ଅନୁମାନ କରାଯାଉଛି। ଏସବୁ ଗଞ୍ଜେଇ ଉତରପ୍ରଦେଶ ଚୋରାଲାଣ କରାଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଧରାପଡିଛି । ଜବତ ସମୟରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେନେଇ ପୁଲିସ ତନାଘନା ଆରମ୍ଭ ହୋଇଛି ।