କୋଟିଏ ଟଙ୍କାର ଗଞ୍ଜେଇ ଜବତ । ବ୍ରହ୍ମପୁର ବାଇପାସ୍ ଦେଇ ମହାରାଷ୍ଟ୍ରକୁ ହେଉଥିଲା ଚାଲାଣ ।

128

କନକ ବ୍ୟୁରୋ: କୋଟିଏ ଟଙ୍କାର ଗଞ୍ଜେଇ ଜବତ । ମୋହନା ପୋଲିସ କମଳାପୁର ନାକା ପଏଣ୍ଟରେ ତଲାସୀ କରୁଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଓଜନ ପ୍ରାୟ ୧୦ କୁଇଣ୍ଟାଲରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ମୋହନା ଥାନା ଅନ୍ତର୍ଗତ ଚଢ଼ିଆପଦା ଗାଁରୁ ବ୍ରହ୍ମପୁର ସହ ବାଇପାସ ଦେଇ ମହାରାଷ୍ଟ୍ର ସୋଲାପୁର ଯାଉଥିଲା ଏହି ଗଞ୍ଜେଇ । ପିକ୍ ଅପ୍ ଭ୍ୟାନ ସହ ଗଞ୍ଜାମ ବଡ଼ଡୁମ୍ବୁଳା ଗାଁର ହେମନ୍ତ ସ୍ୱାଇଁ ଓ ମୋହନା ଥାନା ଚଡ଼ିଆପଦା ଗାଁର ରମେଶ ସୁଆଲସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମୋହନା ପୋଲିସ । ଏହି ଚୋରା ଚାଲାଣ ରାକେଟରେ ଆନ୍ତଃରାଜ୍ୟ ମାଫିଆ ଜଡ଼ିତ ଥିବାରୁ ଅଧିକ ତଦନ୍ତ କରୁଛି ପୋଲିସ ।