କନକ ବ୍ୟୁରୋ : ଦାମୀ ଗାଡ଼ିରେ ପ୍ରେସ୍ ଲେଖି ଗଞ୍ଜେଇ ଚାଲାଣ । ବିପୁଳ ପରିମାଣର ଗଞ୍ଜେଇ ସହ ୪ଜଣଙ୍କୁ ଗିରଫ କରିଛି ବରଗଡ଼ ଜିଲ୍ଲା ସୋହେଲା ପୁଲିସ୍ । ବରଗଡ଼ ଜିଲ୍ଲା ଦେଇ ଛତିଶଗଡ଼କୁ ଚାଲାଣ ହେଉଥିବା ୨୩୩ କେଜି ଗଞ୍ଜେଇ ଜବତ କରିଛି ପୁଲିସ । ଏହି ଗଞ୍ଜେଇର ଦାମ ପାଖାପାଖି ୧୨ ଲକ୍ଷ ହେବ ବୋଲି ଜଣାପଡ଼ିଛି ।
ଛତିଶଗଡ଼ ରାୟପୁର ନମ୍ବର ଥିବା ୨ଟି ଗାଡ଼ିକୁ ପୁଲିସ୍ ଜବତ କରିଥିବା ବେଳେ ନଗଦ ୧୩ ହଜାର ଟଙ୍କା, ୬ଟି ମୋବାଇଲ ସହ ୪ ଜଣକୁ ଗିରଫ କରିଛି ସୋହେଲା ଥାନା ପୁଲିସ୍ । ଗାଡ଼ିରେ ପ୍ରେସ୍ ଲେଖି ଖସିଯିବାକୁ ଉଦ୍ୟମ କରିଥିବା ବେଳେ ବରଗଡ଼ ପୁଲିସ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଗଞ୍ଜେଇ ଚାଲାଣ ରାକେଟର ପର୍ଦ୍ଦାଫାଶ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/9-18.jpg)