ରାଜ୍ୟ ବାହାରକୁ କୋଟିଏ ଟଙ୍କାର ଗଞ୍ଜେଇ ଚୋରାଚାଲାଣ । ୫ ଜଣଙ୍କୁ ଗିରଫ କଲା ପୋଲିସ

407

କନକ ବ୍ୟୁରୋ : ଏକ କୋଟି ଟଙ୍କାର ଗଂଜେଇ ଜବତ । ବାହାର ରାଜ୍ୟକୁ ଗଂଜଇ ଚାଲାଣ ବେଳେ କୋରାପୁଟ ସେମିଳିଗୁଡ଼ା ପୋଲିସ ଏକ କୋଟି ଟଙ୍କାର ଗଂଜେଇ ସହ ୫ଜଣଙ୍କୁ ଗିରଫ କରିଛି । ଏଥିସହ ସେମାନଙ୍କ ନିକଟରୁ ଗୋଟିଏ ମଟର ସାଇକେଲ ଏବଂ ପିକ୍ ଅପ୍ ଭ୍ୟାନ୍ ଜବତ ହୋଇଛି ।

ଏମାନେ ନନ୍ଦପୁର ବ୍ଳକର ଆନ୍ଧ୍ର ସୀମାନ୍ତ ପାଡ଼ୁଆ ଅଂଚଳରୁ ଗଂଜେଇ ଆଣି ଟ୍ରକ୍ ଯୋଗେ ବାହାର ରାଜ୍ୟକୁ ଚାଲାଣ କରୁଥିଲେ । ତେବେ ଏହି ଘଟଣାରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ କରୁଛି ପୋଲିସ ।