ଉପରେ ଗୋଖାଦ୍ୟ ତଳେ ଗଂଜେଇ ! ରାଜ୍ୟ ବାହାରକୁ ଚାଲଣ ହେଉଛି ଟନ ଟନ ଗଂଜେଇ

କୋରାପୁଟରୁ ଉତ୍ତରପ୍ରଦେଶ ଗଂଜେଇ ଚାଲଣ ବେଳେ ଜବତ କଲା ଗୁଇନ୍ଦା ଅବକାରୀ ବିଭାଗ

77

କନକ ବ୍ୟୁରୋ: ଉପରେ ଗୋ ଖାଦ୍ୟ ତଳେ ଗଂଜେଇ । ରାଜ୍ୟ ବାହାରକୁ ଚାଲଣ ହେଉଛି ଟନ ଟନ ଗଂଜେଇ । କୋରାପୁଟରୁ ଉତ୍ତର ପ୍ରଦେଶ ହେଉଥିଲା ଗଂଜେଇ ଚାଲଣ । ଚୋରାଚାଲଣ ବେଳେ ଦୁଇ ଟନ ଗଂଜେଇ ଜବତ କଲା ଗୁଇନ୍ଦା ଅବକାରୀ ବିଭାଗ । ଟ୍ରକ ଯୋଗେ ବାହାର ରାଜ୍ୟକୁ ଚାଲଣ ହେଉଥିଲା ୨ ଟନ ଗଂଜେଇ । ଗଂଜାମ ବ୍ରହ୍ମପୁର ନିକଟ କନିସି ଜାତୀୟ ରାଜପଥରୁ ଗଂଜେଇ ଜବତ କରିଛି ଅବକାରୀ ବିଭାଗ ।