ଗଞ୍ଜେଇ ଚାଲାଣର ମାଫିଆ ଲିଙ୍କ୍ ଖୋଜି ଖୋଜି ଓଡିଶାରେ ମୁମ୍ବାଇ ଆଣ୍ଟି ଟେରରିଜିମ ସ୍କୁଆଡ୍ । ଜୟପୁରରୁ ନାଗପୁର ଯାଉଛି ଗଞ୍ଜେଇ ।

Advertisment
ଗଞ୍ଜେଇ ଚାଲାଣର ମାଫିଆ ଲିଙ୍କ୍ ଖୋଜି ଖୋଜି ଓଡିଶାରେ ମୁମ୍ବାଇ ଆଣ୍ଟି ଟେରରିଜିମ ସ୍କୁଆଡ୍ । ଜୟପୁରରୁ ନାଗପୁର ଯାଉଛି ଗଞ୍ଜେଇ ।

କନକ ବ୍ୟୁରୋ: ଗଞ୍ଜେଇ ପାଇଁ ଓଡିଶାରେ ଛାନଭିନ । ଜୟପୁରରୁ ନାଗପୁର ଯାଉଛି ଗଞ୍ଜଇ । ମାଫିଆର ଲିଙ୍କ୍ ଖୋଜି ଖୋଜି ଜୟପୁରରେ ପହଁଚିଛି ମୁମ୍ୱାଇ ଆଂଟି ଟେରରିଜିମ୍ ସ୍କୁଆଡ୍ । ଗଂଜେଇ ଚାଲାଣକାରୀ ମାଫିଆକୁ ସ୍ଥାନୀୟ ପୋଲିସ ସହାୟତାରେ ଗିରଫ କରାଯାଇଛି । ଗିରଫ ଗଂଜେଇ ମାଫିଆ ଜୟପୁର ସହର ନିକଟ କଲାକୁଡାର ଖଗାପତି ପାଙ୍ଗି ବୋଲି ପୋଲିସ ସୂଚନା ଦେଇଛି ।

ତେବେ ଜୟପୁରରୁ ନାଗପୁରକୁ ଗଂଜେଇ ଚୋରା ଚାଲାଣ ପଛରେ ତାହାର ଲିଙ୍କ୍ ଥିବା ମୁମ୍ୱାଇ ଆଂଟି ଟେରରିଜିମ୍ ସ୍କୁଆଡ୍ ଜାଣିବା ପରେ , ତାକୁ ଧରିବା ପାଇଁ ଜୟପୁରରେ ପହଁଚିଥିଲା । ଗିରଫ ପରେ ଗଂଜେଇ ମାଫିଆ ଖଗାପତି ପାଙ୍ଗିକୁ ମୁମ୍ୱାଇ ନେବ ଆଂଟି ଟେରରିଜମ୍ ସ୍କୁଆଡ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe