କନକ ବ୍ୟୁରୋ : ବିପଦଜ୍ଜନକ ନିଶା ଦ୍ରବ୍ୟ ତାଲିକାରୁ ହଟିଲା ଗଂଜେଇ । ମିଳିତ ଜାତିସଂଘରେ ହୋଇଥିବା ଐତିହାସିକ ମତଦାନ ପରେ ଗଂଜେଇକୁ ବିପଦଜନକ ମାଦକଦ୍ରବ୍ୟ ତାଲିକାରୁ ହଟାଇ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୁପାରିଶ ପରେ ୟୁଏନ କମିସନ ଅଫ ନାରକୋଟିକ ଡ୍ରଗ୍ସ ଗଂଜେଇକୁ ବିପଦଜନକ ନିଶା ତାଲିକାରୁ ବାଦ ଦେଇଛନ୍ତି । ବୁଧବାର ଜାତିସଂଘର ମଦାକଦ୍ରବ୍ୟକୁ ନେଇ ହୋଇଥିବା ଅନ୍ତର୍ଜାତୀୟ ବୈଠକରେ ମତଦାନ ହୋଇଥିଲା ।
ଗଂଜେଇକୁ ବିପଦଜନକ ତାଲିକାରୁ ହଟାଇବା ସପକ୍ଷରେ ୨୭ଟି ଦେଶ ଭୋଟ କରିଥିବା ବେଳେ ବିପକ୍ଷରେ ଭୋଟ କରିଥିଲେ ୨୫ଟି ରାଷ୍ଟ୍ର । ଆମେରିକା, ଭାରତ ସମେତ ୟୁରେପୀୟ ରାଷ୍ଟ୍ର ସପକ୍ଷରେ ଭୋଟ କରିଥିବା ବେଳେ ଚୀନ, ପାକିସ୍ତା. ଋୁଷ ବିପ କ୍ଷରେ ଭୋଟ ଦେଇଥିଲେ । ଏହି ଐତିହାସକ ମତଦାନ ପରେ ଜାତିସଂଘ ପକ୍ଷରୁ କୁହାଯାଇଛି ପ୍ରତିବନ୍ଧକ ଯୋଗୁଁ ଗଂଜେଇର ଔଷଧୀୟ ଗୁଣ ଉପରେ ବ୍ୟାପକ ଗବେଷଣା ହୋଇପାରି ନାହିଁ ।
ଏବେ ବିପଦଜନକ ଡ୍ରଗ୍ସ ତାଲିକାରୁ ଗଂଜେଇ ହଟିଥିବାରୁ ଏହାର ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର ବଢିବ ବୋଲି ଆଶା ପ୍ରକାଶ କରିଛନ୍ତି ଜାତସଂଘ । ଭାରତରେ ଏନଡିପିଏସ ୧୯୮୫ ଅନୁସାରେ ଗଂଜେଇର ଉତ୍ପାଦନ, ବିକ୍ରି ଓ କିଣିବା ଦଣ୍ଡନୀୟ ଅପରାଧ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/12/19-5.jpg)