କନକ ବ୍ୟୁରୋ : ଘରେ ଘରେ ଗଂଜେଇ ଚାଷ । ଏବେ ଗଂଜେଇ ଅମଳର ସମୟ ହୋଇ ଥିବାରୁ ଏବେ ସ୍ୱାଭିମାନ ଅଂଚଳର ଦୁର୍ଗମ ଗାଁ ଗୁଡିକରେ ଘରେ ଘରେ ଦେଖିବାକୁ ମିଳୁଛି ଏଭଳି ଚିତ୍ର । କିଏ ଗଂଜେଇ କାଟି ଆଣି ଡାଳରୁ ପତ୍ର ଅଲଗା କରୁଛି, ତ ଆଉ କିଏ ଗଂଜେଇକୁ ସୁଖେଇ ତାହାକୁ ପ୍ରକ୍ରୀୟାକରଣ କରିବାରେ ଲାଗିଛନ୍ତି ।
ବିଶେଷ କରି ସ୍ୱାଭିମାନ ଅଂଚଲର ଯନ୍ତ୍ରୀ, ପଣସପୁଟ, ଯୋଡାମ୍ବ, ଧୁଲିପୁଟ, ରାଲେଗାଡା, ଗାଜଲମାମୁଡି ଆଦି ପଂଚାୟତରେ ଗଂଜେଇ ଚାଷ କରାଯାଉଥିବା ବେଳେ ଅନ୍ୟ ଚାଷ ପାଇଁ ସରକାରୀ ସ୍ତରରେ ସାର ବିହନ ମିଳିଲେ ଗଂଜେଇ ଚାଷ ଆଉ କରିବେ ନାହିଁ ବୋଲି କହିଛନ୍ତି ଘନବେଡା ଗାଁର ଚାଷୀ ।