ପୁଣି ଗଞ୍ଜେଇ ଚୋରାଚାଲାଣ । କୋରାପୁଟ ମାଛକୁଣ୍ଡରେ ଦେଢକୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କଲା ପୋଲିସ

Advertisment
ପୁଣି ଗଞ୍ଜେଇ ଚୋରାଚାଲାଣ । କୋରାପୁଟ ମାଛକୁଣ୍ଡରେ ଦେଢକୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କଲା ପୋଲିସ

କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ମାଛକୁଣ୍ଡ ଠାରେ ପୋଲିସ ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ଚୋରା ଗଞ୍ଜେଇ ଜବତ କରିଛି। ଏକ ଟ୍ରକରେ ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ଏତେ ପରିମାଣର ଗଞ୍ଜେଇ ଜବତ ପରେ କୋରାପୁଟ ଜିଲ୍ଲାରେ ଗଞ୍ଜେଇ ଚୋରା କାରବାର ବ୍ୟାପକ ଭାବେ ଚାଲିଥିବା ନେଇ ତଥ୍ୟ ପଦାକୁ ଆସିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ମାଛକୁଣ୍ଡ ଥାନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରକ୍ ଦୃତଗତିରେ ଯାଉଥିବାରୁ ତାକୁ ସନ୍ଦେହରେ ଅଟକାଇବାକୁ ନିର୍ଦ୍ଦେଶ ଦେଇଥିଲେ।

publive-imageପୋଲିସକୁ ଦେଖି ଟ୍ରକ୍ ଡ୍ରାଇଭର ଟ୍ରକ୍ ଛାଡ଼ି ଫେରାର ହୋଇଯିବାରୁ ପୋଲିସ ଟ୍ରକଟିକୁ ଜବତ କରି ଥାନାକୁ ଆଣିଥିଲା। ସେଠାରେ ଏହାକୁ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା। ତେବେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଓଜନ ହେବ ବୋଲି ପୁଲିସ କହିଥିବା ବେଳେ ପ୍ରାୟ ୩୦ କ୍ୟୁଣ୍ଟାଲ ଗଞ୍ଜେଇ ଟ୍ରକରେ ଭର୍ତ୍ତି ହୋଇଥିବା ପୁଲିସ ଅନୁମାନ କରୁଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହୋଇଥିିବା ବେଳେ ଏତେ ଗଞ୍ଜେଇ କୁଆଡେ ଯାଉଥିଲା ଓ କିଏ ନେଉଥିଲା, ତାହା ଜଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପଛରେ ଏକ ବଡ଼ ଧରଣର ର‌୍ୟାକେଟ ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe