ପ୍ରବାସୀଙ୍କ ଉପରେ ଆଶାୟୀ ପ୍ରାର୍ଥୀଙ୍କ ନଜର । ଗାଁକୁ ଫେରିବାକୁ ଫୋନରେ କରୁଛନ୍ତି ଅନୁରୋଧ ।

141

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ନିର୍ବାଚନ ଉଷ୍ମତା ଦେଖିବାକୁ ମିଳିଛି । ଭୋଟ୍ ହାତେଇବା ପାଇଁ ଗୋଟି ଚାଳଣା ଆରମ୍ଭ କରିଛନ୍ତି ଆଶାୟୀ ପ୍ରାର୍ଥୀ । ଘର ଘର ବୁଲି ପ୍ରବାସୀ କିଭଳି ଆସିବେ ଚେଷ୍ଟା କରୁଛନ୍ତି ସ୍ଥାନୀୟ ନେତା । ଘରେ ରହୁଥିବା ଲୋକଙ୍କ ବୁଝାସୁଝା କରିବା ସହ ଭିଡ଼ିଓ କଲ ମାଧ୍ୟମରେ ସୁରତରେ ଥିବା ପ୍ରବାସୀଙ୍କ ସହ କଥା ହେଉଛନ୍ତି । ଏବଂ ନିର୍ବାଚନ ପୂର୍ବରୁ ଘରକୁ ଫେରି ଆସିବା ପାଇଁ ଅନୁରୋଧ କରୁଛନ୍ତି ।

ପ୍ରବାସୀଙ୍କ ଉପରେ ଆଶାୟୀ ପ୍ରାର୍ଥୀଙ୍କ ନଜର । ଗାଁକୁ ଫେରିବାକୁ ଫୋନରେ କରୁଛନ୍ତି ଅନୁରୋଧ । ଗଞ୍ଜାମ ଜିଲ୍ଲାର ପାଖାପାଖି ୫ଲକ୍ଷରୁ ଉର୍ଦ୍ଧ ଲୋକ ବାହାର ରାଜ୍ୟରେ କାମ କରନ୍ତି । ଆଉ ଏମାନେ ଆସିଲେ ନିର୍ବାଚନର ସମୀକରଣ ବଦଳିଯାଏ ବୋଲି କୁହାଯାଏ । ଏହାକୁ ବୁଝିଛନ୍ତି ଆଶାୟୀ ପ୍ରାର୍ଥୀ । ତେଣୁ ବାହାରେ ରହୁଥିବା ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ଫୋନ ମାଧ୍ୟମରେ ନଚେତ୍ ଭିଡିଓ କଲ କରି ଆସିବାକୁ କହୁଛନ୍ତି । ଗାଁକୁ ଆସି ନିର୍ବାଚନରେ ଭୋଟ ଦେବା ପାଇଁ ଅପିଲ କରୁଛନ୍ତି ।

ଏପରିକି ଆଶାୟୀ ପ୍ରାର୍ଥୀମାନେ ପ୍ରବାସରେ ରହୁଥିବା ଲୋକଙ୍କ ସମ୍ପର୍କୀୟଙ୍କ ସହ ବି ଯୋଗାଯୋଗ କରୁଛନ୍ତି । ଆଉ ସେମାନଙ୍କ ସମ୍ପର୍କୀୟଙ୍କୁ ନିର୍ବାଚନ ସମୟରେ ଆସିବା ପାଇଁ କହିବାକୁ ବୁଝାଉଛନ୍ତି । ଭୋଟ ଦାନ ସେମାନଙ୍କ ମୌଳିକ ଅଧିକାର ହୋଇଥିବାରୁ ନିଜ ଅଞ୍ଚଳର କିଭଳି ସଠିକ ପ୍ରାର୍ଥୀଙ୍କୁ ଚୟନ କରିହେବ ସେଥିପାଇଁ ବୁଝାଉଛନ୍ତି ।