କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣକୁ ହାତ ଗଣତି ଦିନ ରହିଯାଇଛି । ତେଣୁ ଭୋଟରଙ୍କ ମନ ଜିଣିବାକୁ ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ପୁରୀ ସଦରରେ ନିର୍ବାଚନ ବୈତରଣୀ ପାରି ହେବାକୁ ପ୍ରାର୍ଥୀ ଗରିବ ଲୋକଙ୍କୁ ଶାଢି ବାଣ୍ଟୁଥିବା ଦେଖିବାକୁ ମିଳିଛି । ସେପଟେ କଣାସ ବ୍ଲକରୁ ୭ ଶହ ଷ୍ଟୁଲ ଜବତ ହେବା ଘଟଣା ଏବେ ଚର୍ଚ୍ଚାରେ ।
ଗରିବ ଲୋକଙ୍କୁ ବାଣ୍ଟୁଛନ୍ତି ଶାଢୀ
ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣକୁ ହାତ ଗଣତି ଦିନ ରହି ଯାଇଛି । ତେଣୁ ଭୋଟରଙ୍କ ମନ ଜିଣିବାକୁ ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ପୁରୀ ସଦରରେ ନିର୍ବାଚନ ବୈତରଣୀ ପାରି ହେବାକୁ ପ୍ରାର୍ଥୀ ଗରିବ ଲୋକଙ୍କୁ ଶାଢି ବାଣ୍ଟିଛନ୍ତି ପ୍ରାର୍ଥୀ । ଫିଲ୍ମ ପ୍ରଯୋଜକରୁ ସମିତି ସଭ୍ୟ ପାଇଁ ଲଢୁଥିବା କାଶିହରିପୁର ନିରଞ୍ଜନ ନାୟକଙ୍କ ଏଭଳି ପ୍ରଚାର ଶୈଳୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।କିଛି ଗରିବ ଲୋକଙ୍କୁ ଶାଢି ବାଣ୍ଟି ସେ ନିଜ ସପକ୍ଷରେ ସମର୍ଥନ ଯୋଗାଡ ପାଇଁ ପ୍ରୟାସ ଚଳାଇଛନ୍ତି ।
୭ ଶହରୁ ଅଧିକ ଷ୍ଟୁଲ ଜବତ କଲା ପୁଲିସ
ସେପଟେ ପୁରୀ କଣାସ ବ୍ଲକରୁ ୭ ଶହ ଷ୍ଟୁଲ ଜବତ ହେବ ଘଟଣା ଏବେ ଚର୍ଚ୍ଚାରେ । କଣାସର ଚିପୁରିଙ୍ଗି ଅଞ୍ଚଳରୁ ଏହି ଷ୍ଟୁଲ ମିଳିଛି । ଚିପୁଲିଙ୍ଗିର ଏକ ନଦୀବନ୍ଧ ତଳେ ଏହି ଷ୍ଟୁଲଗୁଡିକ ଥିଲା । କୌଣସି ସୁତ୍ରରୁ ଖବର ପାଇଁ ପୁଲିସ ଚଢାଉ କରିଥିଲା । ତେବେ କେଉଁ ପ୍ରାର୍ଥୀ ଏହା ରଖିଥିଲେ ତାହା ସ୍ପଷ୍ଟ ହୋଇନାହିଁ । କେହି ଏ ବାବଦରେ ମୁହଁ ବି ଖୋଲୁନାହାନ୍ତି । କିନ୍ତୁ ପୁଲିସ ଅନୁମାନ କରୁଛି ନିର୍ବାଚନରେ ବାଣ୍ଟିିବା ପାଇଁ ଏହି ଷ୍ଟୁଲଗୁଡିକୁ ରଖାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/vlcsnap-2022-02-07-19h52m14s611.png)