ଟିକେଟ୍ ମିଳିବା ପରେ ପ୍ରଚାର ମଇଦାନରେ ପ୍ରାର୍ଥୀ: କଟକରେ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ଲୋଡ଼ିଲେ ଯୁବ ଭୋଟରଙ୍କ ସମର୍ଥନ

146

କନକ ବ୍ୟୁରୋ: କଟକରେ ଯୁବ ଭୋଟରଙ୍କ ସମର୍ଥନ ଲୋଡ଼ିଲେ ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର । ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀଙ୍କୁ ତୁଳସୀପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ଆଗାମୀ ନିର୍ବାଚନ ପାଇଁ ପସ୍ତୁତି ଆରମ୍ଭ କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ଯୁବ ଭୋଟରଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସଂତୃପ୍ତ ମିଶ୍ର । ଏହାସହ ଅଭିଜ୍ଞତା ଓ ନୂତନତ୍ୱ ଦ୍ୱନ୍ଦ୍ୱ ଭିତରେ ଅନେକ ସମୟରେ ନୂତନତ୍ୱ ଜିତିଥାଏ ବୋଲି ସନ୍ତୃପ୍ତ ମିଶ୍ର କହିଛନ୍ତି ।