ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ବଦଳିଲେ ୫ ଆସନ ପାଇଁ ପ୍ରାର୍ଥୀ, କାକଟପୁରରେ ଟିକେଟ୍ ରିପିଟ୍ ।

6,886

କନକ ବ୍ୟୁରୋ: ଘୋଷଣା ହୋଇଛି ବିଜେଡିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ଏଥିରେ ଆଜି ୬ଟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି କ୍ରମରେ ୬ଟି ଆସନରୁ ୫ଟି ଆସନରେ ପ୍ରାର୍ଥୀତ୍ୱ ବଦଳିଥିବାବେଳେ କାକଟପୁରରେ କିନ୍ତୁ ଟିକେଟ୍ ରିପିଟ୍ ହୋଇଛି । ନଜର ପକାନ୍ତୁ କେଉଁ କେଉଁ ଆସନରେ ପ୍ରାର୍ଥୀଙ୍କ ନାଁ ବଦଳିଛି । କେଉଁଠି ରିପିଟ୍ ହୋଇଛି ।

ବାଲିକୁଦା –  ସାରଦା ପ୍ରସନ୍ନ ଜେନା  (୨୦୨୪)                      ରଘୁନାଥ ଦାସ (୨୦୧୯)
ହିନ୍ଦୋଳ-  ମହେଶ ସାହୁ                                         ସୀମାରାଣୀ ନାୟକ
ରଘୁନାଥପାଲି-  ଅର୍ଚ୍ଚନା ରେଖା ବେହେରା                   ସୁବ୍ରତ ତରାଇ
ପାଙ୍ଗିରୀପୋଷି –  ରଞ୍ଜିତା ମାର୍ଣ୍ଡି                              ସୁଦାମ ମାର୍ଣ୍ଡି
ବରୀ –  ବିଶ୍ୱରଞ୍ଜନ ମଲ୍ଲିକ                                       ସୁନନ୍ଦା ଦାସ

ଏହାବ୍ୟତୀତ ସମସ୍ତଙ୍କ ନଜର ଥିବା କାକଟପୁର ଆସନରେ କିନ୍ତୁ ଟିକେଟ୍ ରିପିଟ୍ ହୋଇଛି । ଏଠାରେ ପୁଣିଥରେ ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରିଛି ଦଳ ।