କନକ ବ୍ୟୁରୋ : ଭୋଟ୍ ପାଇଁ ଲଟେରି । ଭୋଟ୍ ଦିଅନ୍ତୁ ଲଟେରି ଜିତନ୍ତୁ । ଆଉ ଲଟେରି ଉପହାର ରହିଛି ସୁନା, ରୂପା ସମେତ ୧୦ ପ୍ରକାର ସାମଗ୍ରୀ । କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ କୁହୁରା ପଂଚାୟତର ସରପଂଚ ପ୍ରାର୍ଥିନୀ ସସ୍ମିତା ନାଏକଙ୍କ ଲଟେରି ଅଫର ଏବେ ଚର୍ଚ୍ଚାରେ । ସେ ତାଙ୍କ ଚିହ୍ନ ଖୋଲାଛତାରେ ଭୋଟ୍ ଦେବା ପାଇଁ ନିବେଦନ କରି ଏପରି ଲଟେରି କୁପନ ଛାପିଛନ୍ତି ।

Advertisment

ଲୋକଙ୍କୁ ଲଟେରି କୁପନ୍ ବାଣ୍ଟି ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି । ଆସନ୍ତା ୧୩ ତାରିଖରେ ଲଟେରି ଉଠାଣ କରାଯିବ । ଭୋଟର ନିଜ ଇଚ୍ଛା ଅନୁସାରେ ପ୍ରାର୍ଥୀଙ୍କଠାରୁ ଲଟେରି ଟିକେଟ୍ ସଂଗ୍ରହ କରିପାରିବେ । ଯଦି ସେ ନିର୍ବାଚନ ଜିତନ୍ତି ତେବେ ସେ ୧୩୦୦ ପୁରସ୍କାର ବାଂଟିବେ ବୋଲି କହିଛନ୍ତି । ୧୩ ତାରିଖରେ କୁପନ ଦେଖାଇ କୁହୁରା ପଂଚାୟତ ପଡ଼ିଆରୁ ପୁରସ୍କାର ସଂଗ୍ରହ କରିପାରିବେ ବୋଲି କହିଛନ୍ତି ।