ସବୁଠି ରାଜନୈତିକ ମାହୋଲ ସରଗରମ । ଭିନ୍ନ ଭିନ୍ନ ମୁଦ୍ଦା ନେଇ ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ପ୍ରୟାସ ।ସେପଟେ ବେଆଇନ କାରବାର ରୋକିବାକୁ ପୋଲିସର କଡା ପହରା ।

Advertisment
ସବୁଠି ରାଜନୈତିକ ମାହୋଲ ସରଗରମ  । ଭିନ୍ନ ଭିନ୍ନ ମୁଦ୍ଦା ନେଇ ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ପ୍ରୟାସ  ।ସେପଟେ ବେଆଇନ କାରବାର ରୋକିବାକୁ ପୋଲିସର କଡା ପହରା ।

କନକବ୍ୟୁରୋ: ଗାଡି ଚେକିଂ କରୁଛନ୍ତି ଫ୍ଲାଇଁ ସ୍କ୍ୱାର୍ଡ । ରାଜପଥରେ ସମସ୍ତ ଗାଡ ଚେକିଂ କରୁଛନ୍ତି ଫ୍ଲାଇଁ ସ୍କ୍ୱାର୍ଡ ଏବଂ ପୋଲିସ,ଚଳିତ ସାଧାରଣ ନିର୍ବାଚନକୁ ସ୍ୱଚ୍ଛତା କରିବା ସହିତ ଏଥିପାଇଁ ଯେପରି ବେଆଇବ ଅର୍ଥ କାରବାର ନହୁଏ ସେ ପ୍ରତି କଡା ନଜର ରହିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ,ସେଥିପାଇଁ ବିଭିନ୍ନ ସ୍ଥାନରେ କଡା ଚେକିଂ କରୁଛନ୍ତି ଫ୍ଲାଇଁ ସ୍କ୍ୱାର୍ଡ ଏବଂ ପୋଲିସ,ବାଲେଶ୍ୱର ଜିଲ୍ଲା ବସ୍ତା ଥାନ ଅନ୍ତର୍ଗତ ୬୦ ନଂ ଜାତୀୟ

ରାଜପଥର ମଥାନୀ ବାଇପାସ ନିକଟରେ ସମସ୍ତ ଗାଡିକୁ ତନ୍ନ ତନ୍ନ କରି ଯାଞ୍ଜ କରୁଛନ୍ତି,ଆବଶ୍ୟକ ଠାରୁ ଅଧିକ ପରିମାଣରେ ଅର୍ଥ ସାଥିରେ ନେଉଥିଲେ ତାର କାଗଜପତ୍ର ଏବଂ ସଠିକ ପ୍ରମାଣ ଦେବାକୁ ପଡିବ,ଯଦି ତାର ସମ୍ୁର୍ଣ୍ଣ ତଥ୍ୟ ନଦେଇ ପାରିବେ ତାହାହେଲେ ସେହି ଅର୍ଥକୁ ଜବଦ କରାଯାଉଥିବା ସୁଚନା ରହିଛି,ଗତ ୧୪ ତାରିଖରେ ଓଡିଶା ପଶ୍ଚିମବଙ୍କ ସିମାନ୍ତ ଲକ୍ଷ୍ମଣନାଥ ଏବଂ ଆମ୍ବୋଳିଅଠା ନିକଟରେ ଚେକିଂ ବେଳେ ଏକ କେଜିରୁ ଅଧିକ ସୁନା ଏବଂ ୪ ଲକ୍ଷ ଟଙ୍କା ଜବଦ କରିଥିଲେ ଫ୍ଲାଇଁସ୍କ୍ୱାର୍ଡ ଏବଂ ଜଳେଶ୍ୱର ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe