କନକ ବ୍ୟୁରୋ: ଭୋଟ ପୁର୍ବରୁ ଟଙ୍କା ବଂଟା । ଆଗରୁ ଏମିତି ଅଭିଯୋଗ ଶୁଣିବାକୁ ମିଳୁଥିଲା । ହେଲେ ଏବେ ଟଙ୍କା ବଂଟା ବେଳର ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଘର ଘର ବୁଲି ଟଙ୍କା ଦେଇ ଏକ ନିର୍ଦ୍ଧିଷ୍ଟ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଟଙ୍କା ଦେବା ପରେ ଆଉ କଣ ଦରକାର ବୋଲି ପଚାରୁଛନ୍ତି । ଏ ଘଟଣା ଗଂଜାମ ଜିଲ୍ଲା ଚିକିଟି ବ୍ଲକ ଲାଲମେଂଟା ପଂଚାୟତର ବୋଲି ଚର୍ଚ୍ଚା ହେଉଛି ।
ଭୋଟ୍ ପୂର୍ବରୁ ବିଭିନ୍ନ ସ୍ଥାନରେ ଚାଲିଛି ଟଙ୍କା କାରବାର । ନିଜ ସପକ୍ଷରେ ଭୋଟ୍ ନେବା ପାଇଁ ପ୍ରାର୍ଥୀ ଭୋଟରଙ୍କୁ ଟଙ୍କା ବାଂଟୁଛନ୍ତି । ବିଭିନ୍ନ ସ୍ଥାନରୁ ଏପରି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସେହିପରି ଝାରସୁଗୁଡ଼ା ଜିଲ୍ଲା କୁସରାଲୋଇ ଗ୍ରାମପଂଚାୟତର ଏକ ଭିଡିଓ ଭାଇରାଲ ହେଉଛି । ଘରକୁ ଘର ବୁଲି ଟଙ୍କା ବାଂଟୁଛନ୍ତି ସମିତିସଭ୍ୟ ପ୍ରାର୍ଥୀ ଦମୟନ୍ତୀ ସା । ଟଙ୍କା ଦେବା ବେଳେ ଏହି ମହିଳା ପ୍ରାର୍ଥୀ ତାଙ୍କୁ ଭୋଟ୍ ଦେବା ପାଇଁ କହୁଛନ୍ତି । ତାଙ୍କ ସହ କିଛି ସମର୍ଥକ ମଧ୍ୟ ଥିବା ଭିଡିଓରେ କଏଦ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/6-22.jpg)