କନକ ବ୍ୟୁରୋ: ଏବେ ଯେଉଁଆଡେ ପଞ୍ଚାୟତ ନିର୍ବାଚନ ମାହୋଲ । ଭୋଟ ହାତେଇବାକୁ କିଏ କେତେ ପ୍ରକାର ବାଟ ଆପଣାଉଛି । କିଏ ଲୋକଙ୍କୁ ମିଠା ଖୁଆଇ ଭୋଟ ମାଗୁଛି ତ କିଏ ଭିକ ମାଗିମାଗି ଭୋଟ ମାଗୁଛି । ଏଠି ତ ପୁରା ଅଲଗା ଦୃଶ୍ୟ । ଲୋକଙ୍କ ପାଦ ଧରିପକେଇଲେ ପ୍ରାର୍ଥୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ମାର୍ଶଘାଇ ବ୍ଲକ ୨୬ ନମ୍ବର ଜୋନରେ ।

Advertisment

କଳେବଳେ କୌଶଳେ ଭୋଟରଙ୍କୁ ନିଜ ପକ୍ଷରେ ଆଣିବାକୁ ଚେଷ୍ଟା କରୁଛନ୍ତି ନିର୍ବାଚନ ପ୍ରାର୍ଥୀ । ବିଭିନ୍ନ ସ୍ଥାନରେ ବିଭିନ୍ନ ଉପାୟ ଆପଣାଉଥିବାବେଳେ ମାର୍ଶାଘାଇ ବ୍ଲକରେ ଲେ।।କଙ୍କ ପାଦ ତଳେ ପଡି ଭୋଟ ଭିକ୍ଷା କରିଛନ୍ତି ଏଠିକାର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଏବଂ ଗର୍ଜଙ୍ଗା ପଂଚାୟତର ସମିତି ସଭ୍ୟ ପ୍ରାର୍ଥି । ବଡପାଳଡିଆ , ଆଠବାଟିଆ ଏବଂ ବଡପାଳ ଗ୍ରାମରେ ଘରଘର ବୁଲି ପ୍ରଚାର କରୁଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତାପ ମଲ୍ଲିକ ଭୋଟର ମାନଙ୍କ ପାଖକୁ ଯାଇ ପାଦ ଧରି ମୁଣ୍ଡିଆ ମାରିବା ସହ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଏବେ ଗାଁ ଗହଳିରେ ବାତାବରଣ ଉଷ୍ମ ହୋଇଉଠିଥିବା ବେଳେ ସବୁ ରାଜନୈତିକ ଦଳର ପ୍ରାର୍ଥି ମାନେ ଏବେ ନିର୍ବାଚନ ପ୍ରଚାର ଯୋରଦାର କରିଛନ୍ତି ।