ପେଟ୍ରୋଲ ଦାମ ଅଧିକ ଥିବାରୁ…ମଇଁଷି ଉପରେ ବସି ପାର୍ଥୀପତ୍ର ଦାଖଲ କରିବାକୁ ଗଲେ ପ୍ରାର୍ଥୀ ।

284

କନକ ବ୍ୟୁରୋ: ବିହାରରେ ଏବେ ପଞ୍ଚାୟତ ନିର୍ବାଚନ ଚାଲିଛି । ଯାହାର ଗୋଟିଏ ପରେ ଗୋଟିଏ ରୋଚକ ଦୃଶ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଜଣେ ବ୍ୟକ୍ତି ମୁଖିଆ ପଦରେ ଲଢୁଥିବାବେଳେ ଗୋଟିଏ ମଇଁଷି ପିଠିରେ ବସି ନିଜର ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଛନ୍ତି । ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ ହେଉଛି ।

ବିହାରର ରାମପୁର ପଞ୍ଚାୟତ ପାଇଁ ଆଜାଦ ଆଲାମ୍ ନାମକ ଜଣେ ବ୍ୟକ୍ତି ପ୍ରାର୍ଥୀ ହୋଇଛନ୍ତି । ଆଉ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବାବେଳେ ମଇଁଷି ଉପରେ ବସି ଯାଇଛନ୍ତି । ଯାହାପରେ ଅନେକ ଗଣମାଧ୍ୟମ ମଧ୍ୟ ତାଙ୍କର ଏହି ପ୍ରାର୍ଥୀପତ୍ର ଦାଖଲକୁ କଭର୍ କରିଥିଲେ । ତେବେ ଏହାର କାରଣ କହିବାକୁୁ ଯାଇ ସେ କହିଛନ୍ତି, ଦେଶର ଆର୍ଥିକ ସ୍ଥିତି ଏବେ ସମସ୍ୟା ଦେଇ ଗତି କରୁଛି । ପେଟ୍ରୋଲ-ଡିଜେଲ ଦାମ ମଧ୍ୟ ବଢିବାକୁ ଲାଗିଛି । ସେ ଜଣେ ପଶୁପାଳକ ହୋଇଥିବାରୁ ମଇଁଷି ଉପରେ ବସି ନିଜ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଛନ୍ତି ବୋଲି କହିଥିଲେ ।

ତା ସହିତ ସେ ନିର୍ବାଚିତ ହେବା ପରେ ପଞ୍ଚାୟତର ସମସ୍ତ ଲୋକଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇଦେବେ । ଖାଲି ସେତିକି ନୁହେଁ, କୃଷକଙ୍କ ସମସ୍ୟା, ସ୍ୱାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ସେ କାମ କରିବେ ବୋଲି କହିଛନ୍ତି । ଯାହା ତାଙ୍କୁ ଗଣମାଧ୍ୟମର ଚର୍ଚ୍ଚାକୁ ଆଣିଛି ।