କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହେଲା ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି । ଏଣିକି ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ଜରିଆରେ ତଥ୍ୟ ଦେବେ ପ୍ରାର୍ଥୀ । କଣ ଅପରାଧିକ ମାମଲା ରହିଛି, ଶିକ୍ଷାଗତ ଯୋଗ୍ୟତା କେତେ, ସମ୍ପତ୍ତି କେତେ ରହିଛି ଏ ବାବଦରେ ପୂରା ତଥ୍ୟ ଦେବେ ପ୍ରାର୍ଥୀ । ନାମାଙ୍କନପତ୍ର ଦାଖଲ ସମୟରେ ଏବାବଦରେ ଟିକିନିକି ତଥ୍ୟ ଦେବେ ପ୍ରାର୍ଥୀ । ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ ଲାଗୁ ହେବ ।
ତେବେ ନାମାଙ୍କନପତ୍ର ଦାଖଲ ବେଳେ କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବାର ଜଣାପଡିଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ଭୁଲ ତଥ୍ୟ ଦେଇଥିବା ପ୍ରାର୍ଥୀଙ୍କୁ ୬ ମାସ ଜେଲ କିମ୍ବା ଜରିମାନା ହୋଇପାରେ । ଏପରିକି କିଛି କ୍ଷେତ୍ରରେ ଉଭୟ ଜରିମାନା ଓ ଜେଲଦଣ୍ଡ ଭୋଗିପାରନ୍ତି ପ୍ରାର୍ଥୀ । ଏନେଇ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛି ଆଇନ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/19-37.jpg)