କନକ ବ୍ୟୁରୋ : ସରପଂଚ ପ୍ରାର୍ଥୀଙ୍କୁ ଧର୍ମଗ୍ରନ୍ଥ ଛୁଆଁଇ ଶପଥ କରାଇଲେ ଭୋଟର । ପଂଚାୟତ ନିର୍ବାଚନ ପ୍ରଚାର ବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାର କୁସମୁରା ପଚାଂୟତ କାଙ୍କେରଜୁରା ଗାଁରେ । ଏହି ପଚାଂୟତରେ ୮ ଜଣ ପ୍ରାର୍ଥୀ ସରପଂଚ ପଦ ପାଇଁ ନିର୍ବାଚନ ଲଢୁଛନ୍ତି । ତିନିଜଣ ପ୍ରାର୍ଥୀ ଉପସ୍ଥିତ ରହି ଗାଁ ଲୋକଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହିତ ଗୀତା ଏବଂ ବାଇବେଲ୍ ଛୁଇଁ ଶପଥ କରାଯାଇଛନ୍ତି ।

Advertisment

ସରପଂଚ ନିର୍ବାଚିତ ହେଲେ ଗାଁର ବିକାଶ କରିବେ, ସମସ୍ତ ଯୋଜନାର ଲାଭ ହିତାଧିକାରୀଙ୍କୁ ଦେବେ, ଲାଂଚ ନେବେ ନାହିଁ କି ପିସି ନେବେ ନାହିଁ । ପ୍ରାର୍ଥୀଙ୍କୁ ଗୀତା ଓ ବାଇବେଲ୍ ଛୁଆଁଇ ଏହିଭଳି ଶପଥ କରାଇଛନ୍ତି ଭୋଟର । ପୂର୍ବରୁ ଧର୍ମଗ୍ରନ୍ଥ ଛୁଆଁଇ ଲୋକଙ୍କୁ ଭୋଟ ଦେବା ପାଇଁ ନେତା ଶପଥ କରାଉଥିବାର ଚିତ୍ର ଆସିଥିଲା । କିନ୍ତୁ ଏଠାରେ ଠିକ୍ ଓଲଟା ଦେଖିବାକୁ ମିଳିଛି । ଗାଁର ବିକାଶ ପାଇଁ ପ୍ରାର୍ଥୀଙ୍କୁ ଶପଥ କରାଇଛନ୍ତି ଭୋଟର ।