କନକ ବ୍ୟୁରୋ: ଆମେରିକା ନିର୍ବାଚନ ପାଖେଇ ଆସୁଛି । ଏଥିପାଇଁ ପ୍ରମୁଖ ଦଳ ମାନେ ନିଜ ନିଜ ରଣନୀତିକୁ ମଜବୁତ କରିବା ଲକ୍ଷ୍ୟରେ ରହିଛନ୍ତି । ଡେମୋକ୍ରାଟ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ ବଦଳାଇ ସାରିବା ପରେ ଏବେ ରିପବ୍ଲିକାନ ପାର୍ଟି ବି ବଦଳାଇପାରେ ଏହାର ପ୍ରାର୍ଥୀ । ଏନେଇ ଏକ ବଡ ଦାବି କରିଛନ୍ତି ହ୍ୱାଇଟ୍ ହାଉସର ପୂର୍ବତନ ପରମାର୍ଶଦାତା ପୌଲ ବେଗଲା । ପୌଲ୍ କହିଛନ୍ତି,
ଡେମୋକ୍ରାଟ ଭଳି ରିପବ୍ଲିକାନ୍ ଦଳ ବଦଳାଇପାରେ ପ୍ରାର୍ଥୀ
ଆମେରିକାରେ ପ୍ରାର୍ଥୀ ବଦଳ ରଣନୀତି
ଉପରାଷ୍ଟ୍ରପତି ପ୍ରାର୍ଥୀ ପରିବର୍ତ୍ତନ କରିପାରେ ରିପବ୍ଲିକାନ ପାର୍ଟି
ଜେଡି ଭାନ୍ସଙ୍କ ସ୍ଥାନରେ ନୂଆ ଚେହେରା ଖୋଜୁଛି ଦଳ
ଜେଡି ଭାନ୍ସ ବିରୋଧରେ ରହିଛି ଅନେକ ଅଭିଯୋଗ
କମଲାଙ୍କୁ ଟକ୍କର ଦେବାପାଇଁ ମହିଳା ପାର୍ଥୀଙ୍କୁ ଆଣିପାରେ ଦଳ
ଭାରତୀୟ ବଂଶଦ୍ଭୋବ ନିକି ହାଲିଙ୍କ ନାଁକୁ ନେଇ ବଢୁଛି ଚର୍ଚ୍ଚା
ସାଉଥ କାରୋଲିନାର ପୂର୍ବତନ ଗଭର୍ଣ୍ଣର ନିକି ହାଲି
ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ସର୍ଭେରେ ଆଗରେ ରହିଛନ୍ତି ନିକି
ନିକିଙ୍କୁ ପାର୍ଥୀ କରିବା ନେଇ ରିପବ୍ଲିକାନ୍ ପାର୍ଟି କରୁଛି ଚିନ୍ତା
ପ୍ରବାସୀ ଭାରତୀୟ ଓ ମହିଳା ଭୋଟର୍ ହାତେଇବାକୁ ରଣନୀତି କରୁଛନ୍ତି ଟ୍ରମ୍ପ୍
ସେପଟେ ପୌଲଙ୍କ ଏଭଳି ଦାବିକୁ ନେଇ ଆମେରିକା ରାଜନୀତି ସରଗରମ । ନିକଟରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ
ପରେ ବଢିଥିଲା ତାଙ୍କ ପ୍ରତି ସମର୍ଥନ । ସେପଟେ ବାଇଡେନ ରାଷ୍ଟ୍ରପତି ରେସରୁ ଓହରିଯିବା ପରେ କମଲାଙ୍କୁ ପ୍ରାର୍ଥୀ କରି
ଡେମୋକ୍ରାଟ ଏହାର ପ୍ରଚାରକୁ ଜୋରଦାର କରିଛି । ଯାହାକୁ ମାତ୍ ଦେବାକୁ ପୁଣି ରଣନୀତି ବଦଳାଉଛନ୍ତି ଡୋନାଲ୍ଚ ଟ୍ରମ୍ପ୍ ।
ସେପଟେ ଆସନ୍ତା ନଭେମ୍ବର ୫ରେ ଆମେରିକାରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ । ଏଥର ଟ୍ରମ୍ପ ଓ କମଲା ହ୍ୟାରିସଙ୍କ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/haley_1722042791726_1722042796265.webp)