ତେଲଙ୍ଗାନା ଉପ ନିର୍ବାଚନରେ ୨ ବିରଳ ପ୍ରାର୍ଥୀ । ଜଣେ ବାଘ ଧରି ବୁଲୁଛନ୍ତି ତ ଜଣେ ଭୋଟରଙ୍କୁ ଦେଖି କାନ୍ଦୁଛନ୍ତି

189

କନକ ବ୍ୟୁରୋ : ତେଲଙ୍ଗାନାର ନାର୍ଗାଜୁନ ସାଗର ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏପ୍ରିଲ ୧୭ ତାରିଖ ଦିିିିିନ ଏଠାରେ ଭୋଟ ଗ୍ରହଣ କରାଯିବ ଓ ମେ’ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଭୋଟ ଗ୍ରହଣ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ୨ ଜଣ ଆଶାୟୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓରେ ଟିଆରଏସ୍ ପ୍ରାର୍ଥୀ ବାଗଥ୍ କୁମାରଙ୍କର । ଯେଉଁଥିରେ ସେ ଏକ ଚିତାବାଘକୁ ଜଞ୍ଜିରିରେ ବାନ୍ଧି ବୁଲାଉଛନ୍ତି ତ ଦ୍ୱିତୀୟ ଭିଡିଓରେ ବିଜେପି ପ୍ରାର୍ଥୀ ରବି କୁମାର ନାଇକଙ୍କର । ରବି କୁମାର ଭୋଟରଙ୍କ ପାଖକୁ ଭୋଟ ମାଗିବାକୁ ଯିବାବେଳେ କେବଳ କାନ୍ଦୁଛନ୍ତି ।

ଟିଆରଏସ୍ ପ୍ରାର୍ଥୀ ବାଗଥ୍ କୁମାରଙ୍କ ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ବରିଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ଏକ ଟ୍ୱିଟ୍ କରି ଲେଖିଛନ୍ତି କି କେସିଆର ଓ ଟିଆରଏସ୍ ବାଘ ଓ ସିଂହ ଅଟନ୍ତି । ହେଲେ ମୋର ବଗଥ୍ କୁମାରଙ୍କ ପ୍ରତି ଭଲପାଇବା ରହିଛି । ଯଦି ସେଠାରେ ମୋର ଭୋଟ ଦେବାର ଅଧିକାର ରହିଥାନ୍ତା ତାହେଲେ ଏପ୍ରିଲ ୧୭ ତାରିଖରେ ମୁଁ ଭଗଥ୍ ଙ୍କୁ ନିଶ୍ଚିନ୍ତ ଭୋଟ ଦେଇଥାନ୍ତି ।
ସେହିପରି ବିଜେପି ପ୍ରାର୍ଥୀ ରବି କୁମାର ନାଇକ ଯେତେବେଳେ ଭୋଟରଙ୍କ ପାଖକୁ ଭୋଟ ମାଗିବାକୁ ଯାଉଛନ୍ତି, ସେ ଭୋଟରଙ୍କ ଆଗରେ ଭୋ ଭୋ ହୋଇ କାନ୍ଦୁଛନ୍ତି ।

କହିରଖୁ କି ତେଲଙ୍ଗାନାର ନାର୍ଗାଜୁନ ସାଗର ବିଧାନସଭା କ୍ଷେତ୍ରକୁ କଂଗ୍ରେସର ଗଡ ବୋଲି କୁହାଯାଏ । ଏଠାରୁ କଂଗ୍ରେସ ନେତା କେ, ଜନରେଡ୍ଡି ଲଗାତର ଭାବେ ୭ ଥର ବିଧାୟକ ଭାବେ ବିଜୟୀ ହୋଇଥିଲେ । ମାତ୍ର ୨୦୧୮ ନିର୍ବାଚନରେ ଟିଆରଏସ୍ ର କେ.ଏନ୍ ନରସିଂମା ତାଙ୍କୁ ପରାସ୍ତ କରିଥିଲେ । ହେଲେ ୨୦୨୦ ଡିସେମ୍ବର ମାସରେ ନରସିଂମାଙ୍କ ଦେହାନ୍ତ ହେବାରୁ ଏବେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ଆସନରେ ମୁଖ୍ୟତ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳୁଛି । କଂଗ୍ରେସ ୭୪ ବର୍ଷିୟ ଜନ୍ ରେଡ୍ଡି ପୁଣିଥରେ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ୩୬ ବର୍ଷିୟ ରବି କୁମାର ନାଇକ ଓ ଟିଆରଏସ୍ ରୁ ବଗଥ୍ କୁମାରଙ୍କୁ ପ୍ରାର୍ଥୀ କରିଛି ।