ମାଛ ଚିହ୍ନ ବୋଲି... ଜିଅନ୍ତା ମାଛକୁ ହାତରେ ଧରି ଭୋଟ୍ ମାଗୁଛନ୍ତି ଘର ଘର ବୁଲି

Advertisment
ମାଛ ଚିହ୍ନ ବୋଲି... ଜିଅନ୍ତା ମାଛକୁ ହାତରେ ଧରି ଭୋଟ୍ ମାଗୁଛନ୍ତି ଘର ଘର ବୁଲି

କନକ ବ୍ୟୁରୋ: ସାମ୍ନାକୁ ଆସିଛି ପଂଚାୟତ ପ୍ରଚାରର ଏକ ରୋଚକ ଦୃଶ୍ୟ । ନବରଙ୍ଗପୁରର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏବେ ସରପଂଚ ପ୍ରାର୍ଥୀ । ହେଲେ ରୋଚକ ହେଉଛି ତାଙ୍କ ପ୍ରଚାର ଶୈଳୀ । କାରଣ ସରପଞ୍ଚ ପ୍ରାର୍ଥୀ ଭାବେ ତାଙ୍କୁ ନିର୍ବାଚନୀ ଚିହ୍ନ ମାଛ ମିଳିଥିବାବେଳେ ସେ ଏକ ଜିଅନ୍ତା ମାଛକୁ ଧରି ଘରକୁ ଘର ବୁଲି ପ୍ରାଚର କରୁଛନ୍ତି । ହାତରେ ମାଛଟିଏ ଧରି ସେ ଗାଁକୁ ଗାଁ ଓ ଘରକୁ ଘର ବୁଲି ନିଜ ପାଇଁ ଭୋଟ୍ ମାଗୁଛନ୍ତି । ଲୋକେ କେଉଁ ଚିହ୍ନରେ ତାଙ୍କୁ ଭୋଟ୍ ଦେବେ ଯେଭଳି ଦ୍ୱନ୍ଦ୍ୱରେ ନପଡନ୍ତି, ସେଥିପାଇଁ ହାତରେ ନେଇ ଯାଇଥିବା ମାଛଟିକୁ ଦେଖାଇ ବୁଝାଇ ଦେଉଛନ୍ତି ।

୨୦୧୭ରେ ବିଜେଡିରୁ ଟିକେଟ ପାଇ ପାପଡାହାଣ୍ଡି ଜିଲ୍ଲା ପରିଷଦ ଜୋନ୍ ୩ରୁ ନିର୍ବାଚିତ ହୋଇଥିଲେ ଭଗବତୀ ଭତ୍ରା । ଏହାପରେ ସେ ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷା ବି ହେଲେ । କିନ୍ତୁ ଚଳିତ ପଂଚାୟତ ନିର୍ବାଚନରେ ଆଉତାଙ୍କୁ ଜିଲ୍ଲା ପରିଷଦ ପାଇଁ ଟିକେଟ ମିଳିନଥିଲା । ଫଳରେ ଏଥର ସରପଂଚ ପଦବୀ ଲାଗି ନାମାଙ୍କନ କରି ମୈଦାନକୁ ଓହ୍ଲାଇଛନ୍ତି । ଅନ୍ୟ ୩ ପ୍ରତିଦ୍ୱନ୍ଦିଙ୍କୁ ଟକ୍କର ଦେବାପାଇଁ ହାତରେ ମାଛଟିଏ ଧରି ପ୍ରଚାରରେ ବାହାରି ପଡୁଛନ୍ତି ଭଗବତୀ ଭତ୍ରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe