ବେବି ପାଉଡର ପରେ ଏବେ ଜନସନ୍ କମ୍ପାନୀର ବେବି ସାମ୍ପୁରୁ ମିଳିଲା କ୍ୟାନ୍ସରକାରକ ଫାର୍ମଲିଡହାଇଡ୍ ! ଭୁଲ୍ ମାନିବାକୁ ଅମଙ୍ଗିଲା କମ୍ପାନୀ ।

300

ଜନସନ୍ ଆଣ୍ଡ ଜନସନ୍ କମ୍ପାନୀର ବେବି ପାଉଡର କ୍ୟାନ୍ସରକାରକ ଜଣାପଡିବା ପରେ ଏବେ ବେବି ସାମ୍ପୁର କ୍ୱାଲିଟି ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ରାଜସ୍ଥାନ ଡ୍ରଗ୍ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ଟେଷ୍ଟ ପରେ କମ୍ପାନୀକୁ ନୋଟିସ୍ ପଠାଇଛି । ଟେଷ୍ଟ୍ ଫେଲ୍ ହେବା ପଛରେ ଫାର୍ମଲିଡହାଇଡ୍ ତତ୍ତ୍ୱ ହୋଇଥାଇପାରେ । କିନ୍ତୁ କମ୍ପାନୀ ତରଫରୁ ଏହି କଥାକୁ ସିଧାସଳଖ ମନା କରାଯାଇଛି । ରାଜସ୍ଥାନ ସରକାରଙ୍କ ଚିକିତ୍ସା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନୁସାରେ ଏହି ସଂସ୍ଥା ନୋଟିସରେ କହିଥିଲା ଯେ ବେବି ସାମ୍ପୁର ସେପ୍ଟେମ୍ବର ୨୦୨୧ ର ଏକ୍ସପାଏରୀ ଡେଟ୍ ଥିବା ଦୁଇଟି ସାମ୍ପୁ ବୋତଲର ଜାଞ୍ଚ୍ ରୁ ଏହାର ଗୁଣବତ୍ତାରେ କମ୍ ଥିବା ଜଣାପଡିଥିଲା । ଏଥିରୁ କ୍ଷତିକାରକ ତତ୍ତ୍ୱ ମିଳିଛି । ଏହି ସାମ୍ପୁ ହିମାଚଳପ୍ରଦେଶ ସ୍ଥିିତ ପ୍ଲାଣ୍ଟ୍ ରେ ପ୍ରସ୍ତୁତ କରାଯାଇଛି । କିନ୍ତୁ କମ୍ପାନୀ ଏହି କଥାକୁ ମାନିବା ପାଇଁ ନାରାଜ୍ ସାମ୍ପୁରେ ବ୍ୟବହୃତ ହେଉଥିବା ଉତ୍ପାଦ ସୁରକ୍ଷିତ ଏବଂ ବହୁ ଜାଞ୍ଚ୍ ପରେ ଏହା ବିକ୍ରି ପାଇଁ ଛଡାଯିବା କଥା କମ୍ପାନୀ କହିଛି । କମ୍ପାନୀ ସାମ୍ପୁରେ ଫାର୍ମଲିଡହାଇଡ୍ ତତ୍ତ୍ୱ ମିଶାଏ ନାହିଁ ।

କ’ଣ ଏହି ଫାର୍ମଲିଡହାଇଡ୍ ତତ୍ତ୍ୱ ?

ଫାର୍ମଲିଡହାଇଡ୍ ଏକ ଜୈବିକ ତତ୍ତ୍ୱ ଅଟେ ଏବଂ ଦୁନିଆରେ ଏହାର ୮୭ ଲକ୍ଷ ଟନ୍ ଉତ୍ପାଦନ ହୋଇଥାଏ । ଏହାର ବ୍ୟବହାର କାଠ ଉପରେ କରାଯାଉଥିବା କ୍ୟାମିକାଲ୍ କୋଟିଙ୍ଗ୍ , କପଡାକୁ ଖରାପ ହେବାରୁ ବଂଚାଉଥିବା କୋଟିଙ୍ଗ୍ ରୁ ଆରମ୍ଭ କରି ବିଜୁଳୀ ଉପକରଣ,ଭବନ ନିର୍ମାଣ ସାମଗ୍ରୀ,କବାଟ ପେନଲ୍ ଆଦିରେ ଥାଏ ।

ଏହା ପୂର୍ବରୁ ଜନସନ୍ ଆଣ୍ଡ ଜନସନ୍ କମ୍ପାନୀର ବେବି ପାଉଡରରେ କ୍ୟାନ୍ସରକାରକ ଏସବଷ୍ଟସ୍ ମିଳିଥିଲା । କମ୍ପାନୀ ଫେବୃୟାରୀରେ ଏସବଷ୍ଟସ୍ ଉତ୍ପାଦ ନ ମିଳିବା କାରଣରୁ ପୁନଶ୍ଚ ପାଉଡରର ଉତ୍ପାଦ ଆରମ୍ଭ କରିଥିଲା ।