କନକ ବ୍ୟୁରୋ: ଯେତେବେଳେ ଗରିବ ପରିବାରରେ ଦୁଃଖ ବସା ବାନ୍ଧେ, ସେତେବେଳେ ଅସହାୟ ହୋଇପଡନ୍ତି ମୀନାଙ୍କ ଭଳି ମାଆ । ଆଖି ସାମ୍ନାରେ ସଂସାର ଉଜୁଡି ଯାଉଥିବା ଦେଖି କେହି ମାଆ କଣ ସହିପାରିବ । ଆଉ ଯଦି ପୁଅ ବା ଝିଅକୁ କ୍ୟାନ୍ସର ଭଳି ରୋଗ ହୁଏ ତେବେ କଥା ସରିଲା । କେବଳ ଭାଗ୍ୟକୁ ଆଦରି ଲୁହ ପିଇବା ଛଡା ଅନ୍ୟ କୌଣସି ଉପାୟ ନଥାଏ । ଯାହା ଏବେ ବିତୁଛି ଅସହାୟ ମାଆ ମୀନାଙ୍କ କ୍ଷେତ୍ରରେ ।
୬ ମାସ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ସ୍ୱାମୀଙ୍କ ଗୋଡ ଭାଙ୍ଗି ଯାଇଛି । ଏଯାଏଁ ଯୋଡି ହୋଇ ନାହିଁ ଏଣେ, ରିପୋର୍ଟ ଆସିଛି ୧୬ ବର୍ଷର ପୁଅ ରାହୁଲକୁ ହୋଇଛି ଗଳା କ୍ୟାନ୍ସର । ଗଳା ଧିର ଧିରେ ଫୁଲିବା ସହ ଯନ୍ତ୍ରଣା ବଢିବାରେ ଲାଗିଛି । ଆଉ ଏଭଳି ସ୍ଥିତିରେ ରାହୁଲର ଚିକିତ୍ସା ପାଇଁ ୩ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି । ଦିନେ ଖଟିଲେ ଓଳିଏ ଖାଉଥିବା ମୀନାଙ୍କ ପରିବାର ପାଖରେ ଟଙ୍କାଟିଏ ବି ନଥିବାରୁ ପୁଅର ଚିକିତ୍ସା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ପାଇଁ ନିବେଦନ କରିଛନ୍ତି ବାପା-ମାଆ ।
କଟକରେ ଭଡା ଘରେ ରହୁଥିବା ଏହି ନାବାଳକକୁ ସହଯୋଗ କରିବା ପାଇଁ ଚାହୁଁଥିଲେ ତାଙ୍କ ବାପା ନୀଳମଣି ରାଉତଙ୍କୁ ଏହି ମୋବଇଲ ନମ୍ବର- ୯୧୭୮୪୮୯୨୭୦ରେ ଯୋଗାଯୋଗ କରନ୍ତୁ । ସରକାର ହୁଅନ୍ତୁ ବା କୌଣସି ସହହୃଦୟ ବ୍ୟକ୍ତିଙ୍କ ସହଯୋଗରେ ଯଦି ଚିକିତ୍ସା ହୋଇ ପାରନ୍ତା ତେବେ ନାବାଳକଟି ନୂଆ ଜୀବନ ପାଇ ପାରନ୍ତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/43-7.jpg)