କନକ ବ୍ୟୁରୋ: ଲକଡାଉନ ଯୋଗୁଁ ସ୍ୱାସ୍ଥ୍ୟ ସେବା ମିଳି ପାରିଲା ନାହିଁ । ଆଉ ଖଟରେ ପଡିରହି ଜୀବନ ଯୁଦ୍ଧରେ ହାରିଗଲେ ଜଣେ କ୍ୟାନସର ପୀଡିତା । କରୋନା କଟକଣା ଓ ଅର୍ଥ ଅଭାବ ଚିକିତ୍ସାରେ ବାଧକ ସାଜିଥିଲା ।
ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଏହି ଭିଡିଓ ସୁଟ କରାଯାଇଥିଲା । ଖଟିଆରେ ପଡି ରହିଥିଲେ ଭଂଜନଗର ଗାଲିରୀ ଅଂଚଳର ୩୩ ବର୍ଷ ବୟସ୍କା ପ୍ରମିଳା ସାହୁ । କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସା କରାଉଥିଲେ । କିନ୍ତୁ ଲକଡାଉନ କଟକଣା ଲାଗୁ ହେବା ପରେ ଆଉ ତାଙ୍କୁ କଟକ ନେବା ସମ୍ଭବ ହୋଇପାରିଲା ନାହିାଁ
ଶେଷରେ ଖଟିଆରେ ପଡି ପଡି ଚାଲିଗଲା ପ୍ରମିଳାଙ୍କ ଜୀବନ ।
କ୍ୟାନସରରେ ପୀଡିତ ହେବା ପରେ ପ୍ରମିଳାଙ୍କ ସ୍ୱାମୀ ହଠାତ୍ ତାଙ୍କୁ ଛାଡି ଦେଇ ରାଜ୍ୟ ବାହାରକୁ ଚାଲିଗଲେ । ଆଉ କିଛି ଉପାୟ ନପାଇ ମାଆ ଘରକୁ ଆସି ଚିକିତ୍ସା କରାଉଥିଲେ । ଅର୍ଥ ବି ବଡ ବାଧକ ସାଜିଥିଲା । କିନ୍ତୁ ଏସବୁ ଭିତରେ ଲକଡାଉନ ସବୁଠାରୁ ବଡ ସମସ୍ୟା ହୋଇ ଉଭାହେଲା । ଆଉ ଶେଷରେ ଆଖିବୁଜିଦେଲେ ପ୍ରମିଳା ।