କନକ ବ୍ୟୁରୋ : କ୍ୟାନସର କଥା ଶୁଣିଲେ ମନରେ ଭୟ ସୃଷ୍ଟି ହୋଇଥାଏ । ଏହା ଏଭଳି ଏକ ମାରାତ୍ମକ ରୋଗ, ଯାହାର ଚିକିତ୍ସା ପାଇଁ କୌଣସି ମେଡିସିନ୍ ବାହାରି ପାରିନାହିଁ । ଗତ ୧୦ ବର୍ଷ ଭିତରେ ଦେଶରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି ।

Advertisment

ଯଦି କ୍ୟାନସର ରୋଗ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରୁ ଚିହ୍ନଟ ହୋଇପାରିଲା, ତେବେ ଆରୋଗ୍ୟ ହେବାର ସମ୍ଭାବନା ଅଧିକ ଥାଏ । କିନ୍ତୁ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ଚିହ୍ନଟ ହେଲେ, ବିପଦ ବଢ଼ିଯାଇଥାଏ । ତେବେ କାହିଁକି ଏହି ରୋଗ ହୋଇଥାଏ । କ୍ୟାନସରକୁ କେମିତି ଦୂରେଇ ପାରିବା ? କେମିତି ଜାଣିବେ, ଆପଣ କ୍ୟାନସର୍ ରୋଗରେ ଆକ୍ରାନ୍ତ ?

କ୍ୟାନସରର କାରଣ ?

- ତମାଖୁ ସେବନ ହେଉଛି କ୍ୟାନସରର ମୁଖ୍ୟ କାରଣ
- ଗୁଟଖା, ଖଇନି, ଧୂଆଁ ପତ୍ର, ବିଡ଼ି, ସିଗାରେଟ୍, ଗୁଡ଼ାଖୁ ସେବନ କ୍ୟାନସର ମୁଖ୍ୟ କାରଣ
- ଏହାଦ୍ୱାରା ପାଟି କିମ୍ବା ଗଳା, ଖାଦ୍ୟ ନଳୀ, ପେଟ, ପରିସ୍ରା ଥଳିରେ ସୁଷ୍ମ ଉପାଦାନ ସୃଷ୍ଟି ହୋଇଥାଏ
- ସୁଷ୍ମ ଉପାଦାନ ବେଶୀ ସମୟ ଧରି ଜମା ରହିଲେ, ଛୋଟ ଛୋଟ କ୍ଷତ ସୃଷ୍ଟି ହୋଇଥାଏ
- ବାରମ୍ବାର ମଦ୍ୟପାନ କରିବା ଦ୍ୱାରା ମୁଖ, ଗଳା, ଖାଦ୍ୟ ନଳୀ ତଥା ଲିଭରରେ କ୍ଷତ ସୃଷ୍ଟହୋଇଥାଏ
- ପରବର୍ତ୍ତୀ ସମୟରେ ଏହା ଧୀରେ ଧୀରେ କକର୍ଟରେ ପରିଣତ ହୋଇଥାଏ
- ଭାଇରାଲ ଇନଫେକ୍ସନ ଦ୍ୱାରା ମଧ୍ୟ କ୍ୟାନସର ହୋଇଥାଏ
- ଶିଳ୍ପ ପ୍ରଦୂଷଣ ଦ୍ୱାରା ମଧ୍ୟ କ୍ୟାନସରରେ ଆକ୍ରାନ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ
- ଶରୀରକୁ ନିକେଲ, ଜିଙ୍କ, ବାଷ୍ଫ ବାରମ୍ବାର ନିଶ୍ୱାସ ଦ୍ୱାରା ଗଲେ କ୍ୟାନସର ସୃଷ୍ଟି କରିଥାଏ

କ୍ୟାନସରର ଚିକିତ୍ସା ?

- କ୍ୟାନସର ଚିହ୍ନଟ ପାଇଁ ପାଇଁ ଟିସ୍ୟୁ ବା ବାୟୋପ୍ସି ଦରକାର
- ବାୟୋପ୍ସି ଚିହ୍ନଟ ହେବା ପରେ ରୋଗୀ ଜଣକ କ୍ୟାନସରର ଷ୍ଟେଜରେ ଜଣାପଡ଼ିଥାଏ
- କ୍ୟାନସରର ପ୍ରାଥମିକ ପର୍ଯ୍ୟାୟରେ ରେଡିଏସନ୍ ଦ୍ୱାରା ସର୍ଜରୀ କରାଯାଇପାରିବ
- ସ୍ତନ କକର୍ଟ ହୋଇଥିଲେ, ପ୍ରାଥମିକ ପର୍ଯ୍ୟାୟରେ ସର୍ଜରୀ କରାଯିବ
- ରୋଗର ଆକାର ୧ ସେଂଟିମିଟରରୁ ଅଧିକ ଥିଲେ, କେମୋ ଥେରାପି ନେଇପାରିବେ
- ନିୟମିତ ବ୍ୟବଧାନରେ କେମୋ ଥେରାପି ନେବା ଜରୁରୀ
- ଜରାୟୁ କର୍କଟର ପ୍ରଥମ ପର୍ଯ୍ୟାୟରେ ସର୍ଜରୀ କରିହେବ
- ସର୍ଜରୀ ପରେ ରେଡିଏସନ୍ ଓ କେମୋ ଥେରାପିର ଆବଶ୍ୟକ ପଡ଼ିପାରେ

କ୍ୟାନସରକୁ କେମିତି ରୋକିବେ ?

- ମୋଟାପଣ ଦ୍ୱାରା କ୍ୟାନସର ହେବାର ସମ୍ଭାବନା ଅଧିକ ଥାଏ
- ସେଥିପାଇଁ ନିୟମିତ ବ୍ୟବଧାନରେ ଶରୀରର ଓଜନକୁ ମାପିବା ଦରକାର
- ଅଧିକ ସମୟ ଚିନ୍ତାରେ ରହିଲେ, କ୍ୟାନସର ହେବାର ଆଶଙ୍କା ବଢ଼ିଥାଏ
- କ୍ୟାନସରରୁ ଦୂରେଇବା ଦୈନନ୍ଦିନ ଜୀବନରେ ଶାନ୍ତ ରହିବା ଦରକାର
- ଯୋଗ ଓ ପ୍ରାଣାୟମ ଦ୍ୱାରା କ୍ୟାନସରର ନିବାରଣ କରିବେ
- ମନରେ ସନ୍ଦେହ ଥିଲେ, ତୁରନ୍ତ କ୍ୟାନସରଜନିତ ସମସ୍ତ ପରୀକ୍ଷା କରନ୍ତୁ