କନକ ବ୍ୟୁରୋ : ପିଲାଙ୍କ ପାଇଁ ହେବ କ୍ୟାନସର ହସ୍ପିଟାଲ । ଜଟଣୀ ନାଇଜର ପରିସରରେ ଆଉ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ । ହୋମି ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଂଟରରେ ଏହି ପେଡିଆଟ୍ରିକ କ୍ୟାନସର ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାର ୧୫୦କୋଟି ଟଙ୍କା ଖର୍ଚ୍ଚ କରିବେ । ନିର୍ମାଣ ପାଇଁ ୮୦କୋଟି ଓ ଉପକରଣ କ୍ରୟ ପାଇଁ ୭୦କୋଟି ଟଙ୍କା ବ୍ୟୟ କରାଯିବ । ହସ୍ପିଟାଲ ପାଖରେ ଧର୍ମଶାଳା ନିର୍ମାଣ ପାଇଁ ଆଉ ୧୨୦କୋଟି ଟଙ୍କା ଦେବେ ।

Advertisment

ପେଡିଆଟ୍ରିକ କ୍ୟାନସର ହସ୍ପିଟାଲ ଓ ଧର୍ମଶାଳା ନିର୍ମାଣ ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରି ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଶାଳିନୀ ପଣ୍ଡିତ ଚିଠି ଲେଖି ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ସେଣ୍ଟରର ନିର୍ଦ୍ଦେଶକ ଡାକ୍ତର ବୋର୍ଗସ ମାର୍ଗଙ୍କଚ ଅବଗତ କରିଛନ୍ତି । ପେଡିଆଟ୍ରିକ କ୍ୟାନସର ଚିକିତ୍ସା ସୁବିଧା ପାଇଁ ଆଶ୍ୟକ ଥିବା ୧୫୦କୋଟି ଟଙ୍କା ସିଧାସଳଖ ଟାଟା ମେମୋରିଆଲ ସେଂଟରକୁ ଦିଆଯିବ । ଭିତିଭୂମି ନିର୍ମାଣ ସହ ଆବଶ୍ୟକୀୟ ଚିକିତ୍ସା ଉପକରଣ କିଣିବ । ରାଜ୍ୟରେ ଶିଶୁ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତିବର୍ଷ ଏହା ଉଦବେଗଜନକ ହାରରେ ବଢ଼ୁଛି ।