କେଉଁମାନଙ୍କୁ ମିଳିବନି ହୋମ୍ ଆଇସୋଲେସନ ଅନୁମତି ? ଆକ୍ରାନ୍ତ ଥିବା ଏହି ରୋଗୀମାନେ ରହି ପାରିବେନି ଘରୋଇ ସଙ୍ଗରୋଧରେ । ସରକାର ଦେଲେ ସେମାନଙ୍କ ତାଲିକା ।

1,277

କନକ ବ୍ୟୁରୋ: ସାମାନ୍ୟ ଲକ୍ଷଣ କିମ୍ବା ବିନା ଲକ୍ଷଣ ଥିଲେ ହୋମ୍ ଆଇସୋଲେସନରେ ରହିପାରିବେ କରୋନା ରୋଗୀ । ଘରୋଇ ସଙ୍ଗରୋଧରେ ରହିବାକୁ ସରକାର ନିଷ୍ପତ୍ତି ନେଉଥିବା କଥା ଆଜି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିବା ବେଳେ କେଉଁମାନେ ହୋମ୍ ଆଇସୋଲେସନରେ ରହିପାରିବେନି ତାର ମଧ୍ୟ ଏକ ତାଲିକା ଦେଇଛନ୍ତି ।

ତେବେ ଏଚଆଇଭି ରୋଗୀ, ଅଙ୍ଗ ପ୍ରିରୋପଣ କରିଥିବା ବ୍ୟକ୍ତି, କ୍ୟାନସର ରୋଗୀ, ହୃଦରୋଗୀ ଏବଂ ଅଧିକ ବୟସ୍କ ଲୋକଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ଅନୁମତି ଦିଆଯିବନି । ଅନ୍ୟପଟେ ଦେହରେ ଅନେକ ରୋଗଥିବା ଲୋକଙ୍କୁ ବି ଘରୋଇ ସଙ୍ଗରୋଧ ମନା । ଆକ୍ରାନ୍ତ ହୋଇଥିବା ଏହି ସବୁ ରୋଗୀମାନେ କୋଭିଡ୍ କେୟାର ହୋମରେ ରହିଲେ ସେମାନଙ୍କ ଉଚିତ ଚିକିତ୍ସା କରାଯିବ । ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବାକୁ ପଡୁଥିବାରୁ ସେମାନଙ୍କୁ ଘରୋଇ ସଂଙ୍ଗରୋଧ ମନା ।

ତେବେ ଘରେ ରହିପାରିବେ କରୋନା ଆକ୍ରାନ୍ତ । ସାମାନ୍ୟ ଲକ୍ଷଣ ଥିଲେ ଘରେ ରହିବାକୁ ସରକାର ନେଉଛନ୍ତି ନିଷ୍ପତ୍ତି । ଖୁବଶୀଘ୍ର ଏନେଇ ଘୋଷଣା କରିପାରନ୍ତି ସରକାର । ତେବେ ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନ ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସବୁଠାରୁ ବଡ କଥା ହେଉଛି ସହରାଞ୍ଚଳରେ ଏହି ସୁବିଧା ଦିଆଯିବ । ଏଣିକି ସର୍ତମୂଳକ ଭାବେ ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ ଘରେ ରହି ଚିକିତ୍ସା ହୋଇପାରିବେ । ୧୧୪ ପୌରାଞ୍ଚଳ, ବ୍ଲକ ହେଡ କ୍ୱାଟର, ଜିଲ୍ଲା ହେଟ କ୍ୱାଟରରେ ସର୍ତ୍ତ ସହ ଘରେ ରହିବାକୁ ସରକାର ଅନୁମତି ଦେଇଛନ୍ତି । ପ୍ରାଥମିକ ସ୍ତରରେ ଏହା ସହରାଞ୍ଚଳରେ ହେବାକୁ ଥିବା ବେଳେ ଯେଉଁମାନଙ୍କର ଅଲଗା ଘର, ଏବଂ ଅଲଗା ଲାଟିନ୍ ରହିଥିବ ସେମାନଙ୍କୁ ଏହି ସୁବିଧା ପାଇଁ ଅନୁମତି ମିଳିବ । ତେବେ ଘରେ ରହିଥିବା ଆକ୍ରାନ୍ତଙ୍କ ସବୁ ସୁବିଧା ସରକାର ବୁଝିବେ । ପିପିଇ କିଟ୍ ଠାରୁ ଔଷଧ ଏବଂ ଖାଦ୍ୟ କଥା ବି ବୁଝିବେ ସରକାର । ହୋମ୍ ଆଇସୋଲେନରେ ରହୁଥିବା ବ୍ୟକ୍ତିଙ୍କ ଘରେ ଜଣେ ଲୋକ ସରକାରଙ୍କ ସହ ସମ୍ପର୍କରେ ରହିବେ । ଆଉ ସବୁ ସୁବିଧା ଘରେ ପହଞ୍ଚାଇବେ ବୋଲି ଆଜି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।